No one will take their own life in the state: Jeevan Zindabad program to start Photograph: (sambad.in)
ଭୁବନେଶ୍ବର: ରାଜ୍ୟରେ ଲଗାତାର ବିଭିନ୍ନ ବୟସ ବର୍ଗର ଲୋକେ, କଲେଜରେ ଯୁବବର୍ଗ ନିଜ ନିଜବ ନେବା ଘଟଣାରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ଘଟଣା ରୋକିବାକୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଏଭଳି ଅଭାବନୀୟ ଘଟଣା ରୋକିବାକୁ ଜିଲା ହେଡକ୍ବାଟରରେ ‘ଜୀବନ ଜିନ୍ଦାବାଦ' କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ସେପ୍ଟେମ୍ବର ୧୦ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ସାମିଲ ହେବେ। ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ।
ଏହି ଅବସରରେ ବାଣୀବିହାର ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,ଏନେଇ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଣଛାତ୍ର ହୁଅନ୍ତୁ କିମ୍ବା ଶୈଖିକ ବାତାବରଣ ରଖୁ ନଥିବା ଯେ, କୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ସେମାନଙ୍କ ଉପରେ ବିଧି ଅନୁସାରେ, ବିଶ୍ୱ ବିଦ୍ୟାଳୟର ନିୟମ ଅନୁସାରେ ଯାହା ଆବଶ୍ୟକ ତାହା କରାଯିବ।
ରାଜ୍ୟରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ପୂର୍ବରୁ ବି କହି ସାରିଛନ୍ତି ସେହି ଅନୁଯାୟୀ ଆମେ ବି ସକାରାତ୍ମକ ଅଛୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
Suryabanshi Suraj
Follow Us