କଟକ ରେଳ ଟିକଟ ଆରକ୍ଷଣ କେନ୍ଦ୍ରରେ ନାହିଁ ଓଡ଼ିଆ ଫର୍ମ

Advertisment
କଟକ ରେଳ ଟିକଟ ଆରକ୍ଷଣ କେନ୍ଦ୍ରରେ ନାହିଁ ଓଡ଼ିଆ ଫର୍ମ

କଟକ : କଟକ ରେଳ ‌ଷ୍ଟେସନର ଆରକ୍ଷଣ( ରିଜର୍ଭେସନ) କକ୍ଷରେ ଆଉ ଏବେ ଓଡ଼ିଆ ଫର୍ମ ମିଳୁ ନାହିଁ। ଏହି କେନ୍ଦ୍ରରେ ଓଡ଼ିଆ ବଦଳରେ ଯାତ୍ରୀଙ୍କୁ ଇଂରାଜି ସହିତ ବିକଳ୍ପ ଭାବେ ହିନ୍ଦି, ବଙ୍ଗଳା, ତେଲୁଗୁ ଓ ତାମିଲ ଭାଷାର ଫର୍ମ ଦିଆଯାଉଛି। ରେଳ ଟିକଟ ପାଇଁ ସଂରକ୍ଷଣ ଫର୍ମ ପୂରଣ କରୁଥିବା ଓଡ଼ିଆ ଯାତ୍ରୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଫର୍ମର ଗୋଟିଏ ପାର୍ଶ୍ବରେ ତେଲୁଗୁ ଲେଖାଥିବ ବେଳେ ଅପରପାର୍ଶ୍ବରେ ଇଂରାଜି ଭାଷାରେ ଲେଖା ଅଛି। ଫଳରେ ଇଂରାଜି ଜାଣି ନଥିବା ଯାତ୍ରୀ ଏହାକୁ ନେଇ ସମସ୍ୟାରେ ପଡୁଛନ୍ତି। ପୂର୍ବରୁ ଓଡ଼ିଆରେ ଛପା ହୋଇଥିବା ଫର୍ମ ଦିଆଯାଉଥିବା ବେଳେ ଏବେ ଏହାକୁ ବନ୍ଦ କରି ଦିଆଯାଇଛି। ଇଂରାଜି, ହିନ୍ଦି, ବଙ୍ଗଳା, ତେଲୁଗୁ ଓ ତାମିଲ ଭାଷାରେ ଫର୍ମ ମିଳୁଥିବା ବେଳେ ଦୀର୍ଘଦିନ ହେବ ଓଡ଼ିଆ ଭାଷାର ଫର୍ମ ନ ମିଳିବା ଘଟଣା ପ୍ରତିକ୍ରିୟାର କାରଣ ହୋଇଛି। ଆରକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀ କହିବା ଅନୁଯାୟୀ ଓଡ଼ିଆ ଫର୍ମ ଆଉ ଛପା ହେଉନାହିଁ। କଟକ ଷ୍ଟେସନ ମ୍ୟାନେଜର ବି ଓଡ଼ିଆ ଫର୍ମ ସରି ଯାଇଛି ବୋଲି କହିଛନ୍ତି। ଓଡ଼ିଶାରେ ଓଡ଼ିଆ ଫର୍ମ ସରି ଯିବା ଘଟଣା ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe