ଅକ୍ସିଜେନ ଓ ଆମ୍ବୁଲାନ୍ସ ମିଳିଲାନି, ରୋଗୀ ମୃତ

୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ବଡଗାଁ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବଜାରଦାଣ୍ଡ ପଡାର ଜଣେ ଗୁରୁତର ରୋଗୀଙ୍କୁ ଆଜି ସକାଳେ ବଡ଼ଗାଁ ସିଏଚ୍‌ସିକୁ ଚିକିତ୍ସା ପାଇଁ ଅଣାଯାଇ ଥିବାବେଳେ ଡାକ୍ତରଖାନାରେ ତାଙ୍କୁ ଅକ୍ସିଜେନ ଓ ଆମ୍ବୁଲାନ୍ସ ନ ମିଳିବାରୁ ସୁନ୍ଦରଗଡ଼କୁ ନିଆଯିବାବେଳେ ବାଟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଘଟଣା ଅନୁସାରେ ବଡ଼ଗାଁ ବଜାରଦାଣ୍ଡ ପଡ଼ାର ବାସିନ୍ଦା ବଳଭଦ୍ର ସା (୭୫) ସ୍ୱାଭାବିକ ଭାବେ ରାତିରେ ଶୋଇଥିବା ବେଳେ ଆଜି ଭୋରରୁ ଅସୁସ୍ଥ ଅନୁଭବ କରି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ଭୋର ଚାରିଟା ସମୟରେ ବଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଥିବା ଡାକ୍ତର ତାଙ୍କର ଅକ୍ସିଜେନ ମାତ୍ରା କମିଥିବା ଓ ତାଙ୍କୁ ଉଚ୍ଚତର ଚିକିତ୍ସାର ଅବଶ୍ୟକତା ଥିବା କହି ସୁନ୍ଦରଗଡ଼ ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ବ୍ୟସ୍ତ ହୋଇ ଆମ୍ବୁଲାନ୍ସ ଓ ଅକ୍ସିଜେନ ସହିତ ନେବାକୁ କହିଥିଲେ। ମାତ୍ର ଡାକ୍ତର ଅକ୍ସିଜେନ ନ ଥିବା ଓ ଶୀଘ୍ର ନେଇଯିବାକୁ କହିବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ନିଜସ୍ୱ ଗାଡ଼ିରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ଜରଙ୍ଗଲୋଇ ନିକଟରେ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ବିଶ୍ୱନାଥ ସା ଅକ୍ସିଜେନ ଥାଇ ତାଙ୍କ ବାପାଙ୍କୁ ଦିଆ ନ ଯିବା ଓ ବିନା ଆମ୍ବୁଲାନ୍ସ ଓ ଅକ୍ସିଜେନରେ ନିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଡାକ୍ତରଖାନାରେ ଡିୟୁଟିରେ ଥିବା ଡାକ୍ତର ସର୍ବଜୀତ ମହାପାତ୍ରଙ୍କୁ ପଚାରିବାରୁ ରୋଗୀଙ୍କ ଅକ୍ସିଜେନ ମାତ୍ରା ୩୫ ଭାଗ ରହିଥିବା ଓ କ୍ରିଟିକାଲ କେୟାରର ଆବଶ୍ୟକତା ରହିଥିବା ହେତୁ ତାଙ୍କୁ ରେଫର ପାଇଁ କହିଥିଲି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe