ଦେଶର ୧୦ ଶ୍ରେଷ୍ଠ ପୁଲିସ ଷ୍ଟେସନ୍‌ ତାଲିକାରେ ଓଡ଼ିଶାକୁ ମିଳିଲାନି ସ୍ଥାନ

ରାଜ୍ୟରେ ବିଭିନ୍ନ ଥାନାରେ ଅଛନ୍ତି ୬୨,୦୦୦ରୁ ଅଧିକ କର୍ମଚାରୀ

ଦେଶର ୧୦ ଶ୍ରେଷ୍ଠ ପୁଲିସ ଷ୍ଟେସନ୍‌ ତାଲିକାରେ ଓଡ଼ିଶାକୁ ମିଳିଲାନି ସ୍ଥାନ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ପୁଲିସ ଷ୍ଟେସନ୍‌ ତାଲିକାରେ ଓଡ଼ିଶାକୁ ସ୍ଥାନ ନ ମିଳିବା ଦୁର୍ଭାଗ୍ୟର ବିଷୟ। ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଜାରି ହୋଇଥିବା ଦେଶର ଶ୍ରେଷ୍ଠ ୧୦ ପୁଲିସ ଥାନାର ତାଲିକା ଜାରି ହେବା ପରେ ଏହା ସ୍ପଷ୍ଟ ହୋଇଛି। ତାମିଲନାଡୁର କୋଏମ୍ବାଟୁର୍‌ସ୍ଥିତ ଆରଏସ୍‌ପୁରମ ଥାନା ତାଲିକାର ୧ନମ୍ବରରେ ଅଛି। ପୂର୍ବରୁ ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟର ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ସବୁଠାରୁ ଭଲ କାମ କରିଥିବା ଥାନାର ନାମ ମାଗିଥିଲେ। ଏହାର ମୁଳ ଲକ୍ଷ୍ୟ ଥିଲା ଯେ ପୁଲିସିଙ୍ଗ ବ୍ୟବସ୍ଥାରେ ସଂଶୋଧନ ଆଣିବା।

publive-image

ଅନ୍ୟ ରାଜ୍ୟ ଭଳି ଓଡ଼ିଶା ପୁଲିସରେ ମଧ୍ୟ କର୍ମଚାରୀଙ୍କ ଅଭାବ ନାହିଁ। ବର୍ଷ ୧୯୩୬ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ପୁଲିସରେ ବର୍ତମାନ ୬୨,୦୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏଥିରେ ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ମହିଳା। ରାଜ୍ୟ ପୁଲିସ ବିଭାଗରେ ପାଖାପାଖି ୧୮ ପ୍ରକାରର ପାହ୍ୟା ରହିଛି। ରାଜ୍ୟରେ ଶାନ୍ତିଶୃଙ୍ଖଳା ସ୍ଥାପନ କରିବା ପାଇଁ ପୁଲିସ ପକ୍ଷରୁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି।

ଗୃହମନ୍ତ୍ରାଳୟର ନିର୍ଦ୍ଦେଶରେ କ୍ୱାଲିଟି କାଉସିଲିଂ ଅଫ୍‌ ଇଣ୍ଡିଆ ଦେଶବ୍ୟାପୀ ଥାନାକୁ ନେଇ ଏକ ସର୍ବେକ୍ଷଣ କରିଥିଲା। ଗୃହମନ୍ତ୍ରୀ ରାଜନାଥ ସିଂହ ଗତ ବର୍ଷ ଅଲ ଇଣ୍ଡିଆ ଡିଜିପି ସମ୍ମିଳନୀରେ ଏହି ପରାମର୍ଶ ଦେଇଥିଲେ। ସେ କହିଥିଲେ, ଦେଶର ଶ୍ରେଷ୍ଠ ୧୦ଟି ଥାନା ଚୟନ କରାଯାଉ। ଏଥି ପାଇଁ ‘ଆଇବି’ର ଏକ କମିଟି ଗଠନ ହୋଇଥିଲା। ଏହି କମିଟି ଶ୍ରେଷ୍ଠ ଥାନା ପାଇଁ ପାରାମିଟର ପ୍ରସ୍ତୁତ କରିଥିଲା। ସର୍ଭେରେ ଦେଶର ୧୫,୬୦୦ ଥାନାକୁ ସାମିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe