ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ଅସୁରଘାଟୀ ଜଳପ୍ରପାତକୁ ପ୍ଲାଷ୍ଟିକ ମୁକ୍ତ କରାଯିବା ନେଇ ଜଳ ପ୍ରପାତ ନିକଟସ୍ଥ ହନୁମାନ ବାଟିକା ନିକଟରେ ଶନିବାର ଗୋରୁମହିଷାଣୀ ବନପାଳ କାଶିନାଥ ହାଁସଦାଙ୍କ ନେତୃତ୍ବରେ ପ୍ଲାଷ୍ଟିକ ମୁକ୍ତ ଘୋଷଣା ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅସୁରଘାଟୀଠାରେ ଏକ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର,ମୁଖ୍ୟବକ୍ତା ଭାବେ ଏସିଏଏଫ୍ ରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ରେଞ୍ଜ ଅଫିସର ଜ୍ୟୋତିରଞ୍ଜନ ସେନାପତି, ବାଦାମପାହାଡ ରେଞ୍ଜ ଅଫିସର ଅଜିତ କୁମାର ମହାନ୍ତି, ସମାଜସେବୀ ଅଶୋକ କୁମାର ମହାନ୍ତ,ଯୁବ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ,ପ୍ରଦୀପ ମହାନ୍ତ ପ୍ରମୁଖଙ୍କ ସମେତ ହିକେଇସାହି ଓ ବାଲିଖଣି ବନ ସୁରକ୍ଷା ସମିତିର ସଭାପତି ଗ୍ରାମର ମୂଖିଆ ସାଂଖ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:Death Of Migrant Worker: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସମ୍ବଲପୁରରେ ପଶ୍ଚିମବଙ୍ଗ ପୁଲିସ୍ ଟିମ୍ କରିବେ ତଦନ୍ତ
ସଚେତନତା ସଭା ପରେ ଅସୁରଘାଟୀ ଜଳ ପ୍ରପାତ ପାର୍ଶ୍ବରେ ପଡିଥିବା ସମସ୍ତ ପ୍ଲାଷ୍ଟିକ ଓ ଅଳିଆ ଆବର୍ଜନା ସଫାସୁତୁରା କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବନପାଳ କାଶିନାଥ ହାଁସଦା,ସସ୍ମିତା ଘୋଷ, ଶ୍ରାବନ୍ତି ମାରାଣ୍ଡି,ଏମଡି ମୁସଲିମ,ଆଲୋକ ସେଠୀ,କେ.ପି ମହାନ୍ତ, ଇପ୍ସିତା ସଂୟାୟଁଙ୍କ ସମେତ ବହୁ ବନସୁରକ୍ଷା କର୍ମଚାରୀ,ପାରା କର୍ମଚାରୀ,ଗଜସାଥୀ, ହିକେଇସାହି,ବାଲିଖଣି ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ରେଞ୍ଜ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟର ୩୦୩ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା
ଆହୁରି ପଢ଼ନ୍ତୁ:RSS : ସଂଘରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ
ସୂଚନାଯୋଗ୍ୟ, ଓଡିଶାର ୩୦୩ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୧୨ ଟି ପର୍ଯ୍ୟଟନସ୍ଥଳୀ ଏବଂ ସେଥି ମଧ୍ୟରୁ ବାମନଘାଟୀ ଉପଖଣ୍ଡର ୫ ଟି ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/27/no-plastic-to-asurghat-waterfall-2025-12-27-20-39-59.jpg)