ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ  : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

Advertisment
‘ମଡେଲ ବିଲ୍‌ ଫର୍‌ ଫ୍ଲଡ୍‌ ପ୍ଲେନ ଜୋନିଂ’ ଅଧିନିୟମ: ଓଡ଼ିଶା ସମେତ ୫ ରାଜ୍ୟ ନେଇନାହାନ୍ତି ପଦକ୍ଷେପ

file photo

ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ରାଜ୍ୟରେ  ବର୍ଷା ହୋଇନି। ତେଣୁ ନଦୀ ଗୁଡିକରେ ବିଶେଷ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଯେଉଁଠି ଜଳସ୍ତର ଅଧିକ ଥିଲା କିଛି ସ୍ଥାନରେ ସ୍ଥିର ଅଛି ଓ କିଛି ସ୍ଥାନରେ  କମିଛି। ବୈତରଣୀ,ଆଖୁଆପଦା,ଜେନାପୁର,ଇନ୍ଦୁପୁର,ମଥାନୀରେ ଜଳସ୍ତର କମୁଛି। ବ୍ରାହ୍ମଣୀ,ଆଖୁଆପଡ଼ାରେ ବି ଜଳସ୍ତର କମୁଛି । ଜଳକାରେ  ବିପଦ ସଂକେତ  ଉପରେ ଥିଲେ ବି ବିପଦ ନାହିଁ କାରଣ ଉପର ମୁଣ୍ଡରେ ବର୍ଷା ନାହିଁ।  କେବଳ ତଳିଆ ଅଂଚଳରେ ଜଳମଗ୍ନ ରହିଛି। ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଆସୁବିଧା ହେଉଛି ।କୌଣସି ସ୍ଥାନରେ ବି  ନଦୀ ଜଳବନ୍ଧ  ଅତିକ୍ରମ କରିନି। ହୀରାକୁଦରେ ଗତକାଲି ୬ ଟି ଗେଟ ଖୋଲାଥିଲା ଆଜି ୬ ଟି ଖୋଲିଛି। ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ଖୋଲାଯାଇଛି। ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ ଅଧିକ ଗେଟ ଖୋଲାଯିବ। ବର୍ତ୍ତମାନ ହୀରାକୁଦ ରେ ୬୨୮.୩ ଫୁଟ ଜଳସ୍ତର ରହିଛି ।ହୀରାକୁଦ କୁ ୨ ଲକ୍ଷ ୯୮ କ୍ୟୁସେକ  ହଜାର ଜଳ ପ୍ରବେଶ କରୁଛି  । ୧୨ ଗେଟ ଖୋଲାଯିବା ପରେ ୨ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଗତକାଲି ରାତିରେ ମୁଣ୍ଡୁଲିରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଅତିକ୍ରମ କରିଛି।ବର୍ତ୍ତମାନ  ୬ ଲକ୍ଷ ୪୦ ହଜାର ଅତିକ୍ରମ  କରୁଛି। ୧୨ ଟି ଗେଟ ଖୋଲାଯିବା ପରେ  ଏବେ ଯେଉଁ ପାଣି ଆସୁଛି ମୁଣ୍ଡଳୀରେ ପହଁଚିବା ପରେ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଭିତରେ  ରହିବ। କୌଣସି  ଠାରେ ବନ୍ୟା ଆଶଂକା  ନାହିଁ।  ଯାଜପୁର ରେ ଛୋଟ ଘାଇ ହୋଇଛି। ଆଗାମୀ ଲଘୁଚାପ ବର୍ଷା ହେଲେ ବି ମହାନଦୀ, ବୈତରଣୀ ରେ କିଛି ସମସ୍ୟା ନାହିଁ। ଆସନ୍ତା ୨୦ ରେ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ଯିବା ସାମାନ୍ୟ କମିବ ବୋଲି ଶ୍ରୀସାମଲ  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe