ବଢ଼ିବନି ବିଦ୍ୟୁତ୍‌ ଦର

Advertisment

ଓଏଚ୍‌ପିସି ଓ ଓପିଜିସି ଆବେଦନ ଖାରଜ

ଓଏଚ୍‌ପିସି ଓ ଓପିଜିସି ଆବେଦନ ଖାରଜ

ଖାଉଟିଙ୍କ ପାଇଁ ଖୁସି ଖବର ! ଏବର୍ଷ ବଢିବନି ବିଜୁଳି ଦର

ଭୁବନେଶ୍ୱର : ବିଦ୍ୟୁତ ଦର ବୃଦ୍ଧି ନେଇ ଓଏଚ୍‌ପିସି, ଓପିଜିିସିର ଆବେଦନକୁ ଶେଷରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଖାରଜ କରିଦେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୀଡ୍‌କୋ ଓ ଓପିଟିସିଏଲ୍‌ର ଦର ବୃଦ୍ଧି ଆବେଦନ ଉପରେ ମଧ୍ୟ କମିସନ ପ୍ରତିକୂଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତ ନିର୍ଦେଶନାମା ପ୍ରକାଶ ପାଇପାରେ।

କମିସନ ଯଦି ଏହି ସଂସ୍ଥାମାନଙ୍କର ଆବେଦନକୁ ଗ୍ରହଣ କରିଥାନ୍ତେ ତେବେ ବିଦ୍ୟୁତ ଦର ୟୁନିଟ୍‌ ପିଛା ହାରାହାରି ୨ ଟଙ୍କା ବଢ଼ିଥାନ୍ତା। ୨୦୧୭-୧୮ ବର୍ଷ ଲାଗି କମିସନ ଯେଉଁ ଦର ଧାର୍ଯ୍ୟ କରିଛନ୍ତି, ତାହାକୁ ବିଚାରକୁ ନେଲେ ଏବେ ଏହି ସଂସ୍ଥାମାନେ ୟୁନିଟ୍‌ ପିଛା ୪ ଟଙ୍କା ୮୮ ପଇସା ପାଉଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ବର୍ଷ ପାଇଁ ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦର ଧାର୍ଯ୍ୟ କରିଥିଲେ। ସେତେବେଳେ ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର (ପୂର୍ବବର୍ଷ ତୁଳନାରେ ହାରାହାରି ୧.୪୪%) ବୃଦ୍ଧି କରାଯାଇଥିଲା। ଅନ୍ୟପକ୍ଷରେ ବିଦ୍ୟୁତ ପରିବଣ୍ଟନ କଂପାନି ଅର୍ଥାତ୍‌ ଗ୍ରୀଡ୍‌କୋ, ଓପିଜିସି, ଓଏଚ୍‌ପିସି ଏବଂ ଓପିଟିସିଏଲ୍‌ ପ୍ରମୁଖଙ୍କ ପାଇଁ ଆୟୋଗ ଯେଉଁ ଦର ଧାର୍ଯ୍ୟ କରିଥିଲେ, ତାହା ସେମାନଙ୍କୁ ସୁହାଇନଥିଲା। ପରିଣାମରେ ଏସବୁ ସଂସ୍ଥା ସେମାନଙ୍କର କ୍ଷତିର ଏକ ଲମ୍ବା ହିସାବ ରଖି ବିଦ୍ୟୁତ ମୂଲ୍ୟ ବୃଦ୍ଧି ଲାଗି ଗତ ଅଗଷ୍ଟ ମାସରେ ଆୟୋଗଙ୍କ ନିକଟରେ ଆବେଦନ କରିଥିଲେ। ପ୍ରାର୍ଥନା କରିଥିଲେ ଯେ ଗତ ମାର୍ଚ୍ଚ ୨୩ ତାରିଖ ନିର୍ଦେଶନାମାର ସାନି ସମୀକ୍ଷା କରନ୍ତୁ ଓଇଆର୍‌ସି।

ଆୟୋଗ ପିଟିସନ ଗ୍ରହଣ କରିବା ଉଚିତ୍‌ ହେବ କି ନାହିଁ, ତାହ ଉପରେ ଶୁଣାଣି କରିବା ସମୟରେ ବିଦ୍ୟୁତ ଉପଭୋକ୍ତା ସଂଘ ସମେତ ଅନ୍ୟ ସଂସ୍ଥାମାନେ ଏହାର ତୀବ୍ର ବିରୋଧ କରିଥିଲେ। ଯୁକ୍ତି ରଖାଯାଇଥିଲା ଯେ ଯେ ପର୍ଯ୍ୟନ୍ତ ରାଜ୍ୟର ୬୭ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉନ୍ନତ ମାନର ବିଦ୍ୟୁତ ନିରବଚ୍ଛିନ୍ନ ଭାବରେ ପାଇନାହାନ୍ତି ଓ ବିଦ୍ୟୁତ ବିତରଣ ଜନିତ କ୍ଷତି କମି ନାହିଁ, ସେ ପର୍ଯ୍ୟନ୍ତ ବିଦ୍ୟୁତ ମୂଲ୍ୟ ବୃଦ୍ଧି ଆଦୌ ଯଥାର୍ଥ ନୁହେଁ। ଏସବୁ ସଂସ୍ଥାମାନଙ୍କ ଯୁକ୍ତି ମଧ୍ୟ ଅଯୌକ୍ତିକ ବୋଲି କୁହାଯାଇଥିଲା। ଶେଷରେ ଆୟୋଗ ଏହି ଆବେଦନକୁ ଖାରଜ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe