ପିସିସିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନେଇ ଦ୍ୱନ୍ଦ୍ୱ ନାହିଁ: କଂଗ୍ରେସ

୨୫ରେ ମହିଳା କଂଗ୍ରେସର ସ୍ବାଭିମାନ ସ˚କଳ୍ପ ସମାବେଶ

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପ୍ରଥମ ଦଫାରେ ୪୪ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ସ୍କ୍ରିନିଂ କମିଟିକୁ ସୁପାରିସ କରିଛି। ସ୍କ୍ରିନିଂ କମିଟି ଏହି ତାଲିକାକୁ ତର୍ଜମା କରି ମୋହର ମାରିବ। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ରାହୁଲ ଗାନ୍ଧୀ ଏହି ତାଲିକାକୁ ଅନୁ‌େମାଦନ ଦେବା ପରେ ପ୍ରାର୍ଥୀମାନଙ୍କୁ ଟିକେଟ ମିଳିବ। ଆସନ୍ତା ପୂଜା ବେଳକୁ ଏହି ପ୍ରକ୍ରିୟା ସରିବ ବୋଲି ଆଶା କରାଯାଉଛି। ବିଭିନ୍ନ ପର୍ଯ୍ୟାୟ ଦେଇ ଏହି ପ୍ରାର୍ଥୀ ତାଲିକାର ପ୍ରକ୍ରିୟାକରଣ ହେଉଥିବାରୁ ଏ ନେଇ ଦ୍ବନ୍ଦ୍ବ ରହିବାର ଅବକାଶ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏକ ବିବୃତିରେ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତିି ଯେ ଗତକାଲି ପିସିସି ଓ ସ୍କ୍ରିନିଂ କମିଟିର ମିଳିତ ବୈଠକରେ ଯେଉଁ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହୋଇଛି, ସେହି ତାଲିକାକୁ ସୋସିଆଲ୍‌ ମିଡିଆରେ ବିଭ୍ରାନ୍ତିକର ରୂପରେ ପରିବେଷଣ କରାଯାଇଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ବିଶେଷ କରି କଂଗ୍ରେସ ମହଲରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହେବା ନେଇ ବିଭିନ୍ନ ପର୍ଯ୍ୟାୟ ବାକି ରହିଛି। ଏହା ପିସିସିର ତାଲିକା ନୁହେଁ। ଏଣୁ, ଏହା ପୂର୍ବରୁ ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ‌ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରାର୍ଥୀ ଚୟନ କସରତ କରାଯାଇ ୪୪ଜଣ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚନା କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସର ଏଭଳି କସରତ ଶାସକ ବିଜେଡି ଓ ବିଜେପିକୁ ପଛରେ ପକାଇ ‌ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe