ସୁନା ପୁଅ ଅର୍ଣ୍ଣବ; ଖନଖନ କଥା କହିବା ବୟସରେ ପାଟିରୁ ବାହାରୁଛି ଦେବାଦେବୀଙ୍କ ଶ୍ଳୋକ

Advertisment
ସୁନା ପୁଅ ଅର୍ଣ୍ଣବ; ଖନଖନ କଥା କହିବା ବୟସରେ ପାଟିରୁ ବାହାରୁଛି ଦେବାଦେବୀଙ୍କ ଶ୍ଳୋକ

ଜଗତସିଂହପୁର: ୪ ବର୍ଷର ଛୁଆ ଅନର୍ଗଳ ଗାଉଛି ଗୀତା। ମାଇକ୍ରୋ ଫୋନ ହାତରେ ଧରି ଗୀତା ଓ ବିଭିନ୍ନ ଦେବାଦେବୀଙ୍କ ଶ୍ଲୋକ ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି ଜଗତସିଂହପୁର ରଘୁନାଥପୁରର ଅଭିଷେକ ମିଶ୍ରଙ୍କ ପୁଅ ଅର୍ଣ୍ଣଭ ମିଶ୍ର। ଅର୍ଣ୍ଣଭ ଏହି ବୟସରେ ଗୀତାର ଶ୍ଳୋକକୁ ଅତି ପ୍ରାଞ୍ଜଳ ଭାବରେ ଆବୃତ୍ତି କରି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରି ପାରିଛି। ଗୀତାର ବିଭିନ୍ନ ଅଧ୍ୟାୟକୁ ଅତି ସୁନ୍ଦର ଭାଷାରେ ବୋଲି ପାରୁଛି। ଏହାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ବୟସ କଥା କହିବା ଶିଖିବାର। କିନ୍ତୁ ଅନର୍ଗଳ ଶ୍ଲୋକ ଗାଉଛି କୁନି ପୁଅ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗାଁର ଅଭିଷେକ ମିଶ୍ରଙ୍କ ପୁଅ ଅର୍ଣ୍ଣଭ ମିଶ୍ର। କମ୍‌ ବୟସରେ କୁନି ପୁଅ, ଗୀତାର ଶ୍ଳୋକକୁ ଅତି ପ୍ରାଞ୍ଜଳ ଓ ସ୍ପଷ୍ଟ ଭାବେ ପାଠ କରି ସମସ୍ତଙ୍କୁ ଚକିତ କରିଛି। ପିଲାଦିନରୁ ଆଇମାଆ ତିଳୋତମା ଆଚାର୍ଯ୍ୟଙ୍କ ପାଖରେ ବସି ପ୍ରାର୍ଥନା କରିବା ବେଳେ ହିଁ ଗୀତା ପାଠ ଶିଖିଛନ୍ତି ଅର୍ଣ୍ଣଭ।

publive-image

ଅର୍ଣ୍ଣଭ ଅଢେଇ ବର୍ଷ ବୟସରୁ ଗୀତା ପାଠ କରିବା ସହ ବିଭିନ୍ନ ଦେବାଦେବୀଙ୍କ ସ୍ତୁତିକୁ ମନେରଖି ଗାଇପାରୁଛନ୍ତି। ସେ ସରସ୍ବତୀ ବନ୍ଦନା, ଗଣେଷ ବନ୍ଦନା ଓ ଜଗନ୍ନାଥଙ୍କ ଶ୍ଲୋକକୁ ଆବୃତି କରୁଛନ୍ତି। ଯାହାକୁ ଶୁଣି ସାଧାରଣ ଲୋକେ ଚକିତ ହେବା ସହ ପ୍ରଶଂସା ନକରି ରହିପାରୁ ନାହାନ୍ତି। ପୁଅର ପ୍ରତିଭା ପାଇଁ ବାପା -ମାଆ ଯେତିକି ଖୁସି, ତାଠାରୁ ଅଧିକ ଖୁସି ଅର୍ଣ୍ଣଭ ପଢୁଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe