ଦୁଇ ଦିନ ଲାଗି ରାଜ୍ୟରେ ବର୍ଷା ନାହିଁ

୧୨୪ ଦିନ ହେଲା ବର୍ଷା ନାହିଁ: ୨୦୨୧ଭଳି ବନାଗ୍ନି ଭୟ ଘାରିଲାଣି, ଜଙ୍ଗଲରେ ଜମା ହୋଇଛି ଶୁଖିଲା ଡାଳପତ୍ର

Skymet Weather

ଭୁବନେଶ୍ବର: ଆଜି ଓ ଆଗାମୀକାଲି ଦୁଇ ଦିନ ଲାଗି ରାଜ୍ୟରେ ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୫କିମି ବେଗରେ ଗତି କରିବା ସହ ଗତକାଲିର ଅବପାତ ଆଜି ପୂର୍ବ ମଧ୍ୟ ପ୍ରଦେଶ ଏବଂ ତାର ଆଖ ପାଖ ଅଞ୍ଚଳରେ ସକ୍ରିୟ ରହିଛି। ଏହା ନିଜର ଗତିର ଦିଗ ପଶ୍ଚିମ -ଉତ୍ତର -ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆଗାମୀ ୧୨ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।
ବର୍ତ୍ତମାନ ଏହି ଅବପାତର କୌଣସି ସିଧାସଳଖ ପ୍ରଭାବ ରାଜ୍ୟର ବର୍ଷା ଉପରେ ନାହିଁ।

ତେବେ ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର -ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୮ରେ ଉପକୂଳରେ ପ୍ରବଳ ବର୍ଷା ହେବ ଏବଂ ୧୯ ତାରିଖରେ ବର୍ଷାର ପରିମାଣ ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କୁହାଯାଇଛି।

ଏଣେ ଚଳିତ ବର୍ଷାର ନିଅଣ୍ଟିଆ ଭରଣ ହୋଇଥିବା ଜଣାଯାଇଛି। ଗତ ଜୁନ ୧ ତାରିଖରୁ ଅଗଷ୍ଟ ୧୫ ତାରିଖ ଯାଏ ୮୪୦.୧ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୭୩୭.୧ ମିମି ତୁଳନାରେ ୧୪ ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ଏଗ‌ାରଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୧୯ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।
ଗତ ୫ ତାରିଖ ଅର୍ଥାତ ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ଏହି ବର୍ଷାର ପରିମାଣ ୧୪ ପ୍ରତିଶତ କମ ଥିବାବେଳେ, ୯ଟି ଜିଲ୍ଲାରେ ସେହି ସମୟରେ ନିଅଣ୍ଟିଆ ବର୍ଷା ମଧ୍ୟ ରେକର୍ଡ ହୋଇଥିଲା ଲଗାତାର ୨ଟି ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁ ଏହି ନିଅଣ୍ଟିଆ ବର୍ଷା ଭରଣ ହୋଇଛି। ଦ୍ୱିତୀୟ ଅବପାତ ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ୧୨୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe