ରାସନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ରୁ ବଞ୍ଚିତ ୮୦ ବର୍ଷୀୟ ଆଦିବାସୀ ବୟୋବୃଦ୍ଧ ଜହଲାଲ ପ୍ରଧାନ

ରାସନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ରୁ ବଞ୍ଚିତ ୮୦ ବର୍ଷୀୟ ଆଦିବାସୀ ବୟୋବୃଦ୍ଧ ଜହଲାଲ ପ୍ରଧାନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୯ ନମ୍ୱର୍ ୱାର୍ଡ ମାଲାନସୁଗା ଗ୍ରାମର ଜଣେ ୮୧ ବର୍ଷୀୟା ଆଦିବାସୀ ବୃଦ୍ଧ ଜହଲଲ ପ୍ରଧାନ ଆଜି ପର୍ଯ୍ୟନ୍ତ ରାସନ୍ କାର୍ଡରୁ ପାଇବାରୁ ବଞ୍ଚିତ ହୋଇ ସରକାରୀ ଯୋଜନାରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ଥରେ ସେ କଳିଙ୍ଗା ପଞ୍ଚାୟତରେ ଏବଂ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟକୁ ଯାଇ ଅବଗତ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ସେ ଦୁଃଖର ସହ ପ୍ରକାଶ କରିଛନ୍ତି।

ତାଙ୍କର ତିନି ପୁଅ। ସମସ୍ତେ ଦିନ ମଜୁରିଆ ହୋଇଥିବା ବେଳେ ଜହଲାଲ ସାନ ପୁଅ ପାଖରେ ରହୁଛନ୍ତି। ତାଙ୍କ ଜୀବନର ଅନ୍ତିମ ସୋପାନରେ ସେ ପହଞ୍ଚି ଥିଲେ ମଧ୍ୟ ସରକାରଙ୍କ ରାସନ କାର୍ଡ ଯୋଜନାରୁ ବାଦ ପଡିଛନ୍ତି। ରାସନ କାର୍ଡ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ରୁ ବି ବଞ୍ଚିତ ହୋଇଛନ୍ତି। ଦୁଃଖ ଏବଂ ପରିତାପର ବିଷୟ ଥିଲା ବାଲାଙ୍କ ପାଖରେ ସରକାରଙ୍କ ସମସ୍ତ ଯୋଜନା ପହଂଚୁଥିବା ବେଳେ ଗରିବ ଆଦିବାସୀ ବୟୋବୃଦ୍ଧ ସରକାରୀ ଯୋଜନାରୁ କିଭଳି ଏତେ ବର୍ଷ ହେଲା ବଞ୍ଚିତ ହୋଇଛନ୍ତି।ଆମ ନେତା ଏବଂ ପ୍ରଶାସନ କରୁଛନ୍ତି କଣ?କେବଳ ନିର୍ବାଚନ ଆସିଲେ ନେତାଙ୍କ ଦେଖା ମିଳେ ନିର୍ବାଚନ ସରିଗଲେ ଗରିବ ଙ୍କ କଥା ଭୁଲି ଯାଆନ୍ତି ।ତୁରନ୍ତ ଜହଲାଲ ଙ୍କ ରାସନ କାର୍ଡ ପ୍ରଦାନ କରିବ ସହ ଏମ ବିଜୁ ସ୍ୱାସ୍ଥ୍ୟ କ୍ୟାଲ୍ୟାଣ ଯୋଜନା ରେ ତାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ୧୯ନଂ ୱାର୍ଡର ୱାର୍ଡ ମେମ୍ବର ରାନୁମା ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe