କାହା ପାଇଁ ସରକାରୀ ଯୋଜନା? ଅସହାୟ ନନ୍ଦିନୀଙ୍କୁ ମିଳୁନି ଭତ୍ତା, ପାଖରେ ନାହିଁ ରାସନକାର୍ଡ

କାହା ପାଇଁ ସରକାରୀ ଯୋଜନା? ଅସହାୟ ନନ୍ଦିନୀଙ୍କୁ ମିଳୁନି ଭତ୍ତା, ପାଖରେ ନାହିଁ ରାସନକାର୍ଡ

ଘୁ.ଉଦୟଗିରି: ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି। ହେଲେ ସରକାରଙ୍କ ଯୋଜନାରୁ ଅନେକ ସ୍ଥାନରେ ପ୍ରକୃତ ଗରିବମାନେ ଉପକୃତ ହୋଇପାରୁ ନଥିବା ଅଭିଯୋଗ ହେଉଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ନିବାସୀ ନନ୍ଦିନୀ ଦଳେଇ (୩୨) ହେଉଛନ୍ତି ଏହାର ଜ୍ବଳନ୍ତ ଉଦହାରଣ।

ନନ୍ଦିନୀଙ୍କ ସ୍ବାମୀ କେଶବ ସାହୁଙ୍କ ୨୦୧୯ ମସିହାରେ ମୃତ୍ୟୁ ହୋଇଥିଲା। କେଶବଙ୍କ ଆଜକୁ ୪ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲେ ବି ଦୁଃଖର ବିଷୟ ତାଙ୍କ ପତ୍ନୀଙ୍କ ନାମରେ ଏକ ରାସନକାର୍ଡ ହୋଇପାରି ନାହିଁ। ସେହିପରି ନନ୍ଦିନୀ ବିଧବା ଭତ୍ତା ନିମନ୍ତେ ଅନେକଥର ବିଭାଗୀୟ ଅଧିକାରୀଙ୍କୁ ଅବଗତ ଆରେଇଥିଲେ ମଧ୍ୟ ତାଙ୍କୁ ସୁଫଳ ମିଳିପାରୁ ନାହିଁ। ତାଙ୍କ ସ୍ବାମୀଙ୍କ ନାମରେ ଆଧାରକାର୍ଡ ଏବଂ ମୃତ୍ୟୁ ପ୍ରମାଣ ପତ୍ର ନ ଥିବାରୁ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ନନ୍ଦିନୀ ବିଧବା ଭତ୍ତା ଓ ରାସନକାର୍ଡ ପାଇପାରୁ ନାହାନ୍ତି। ନନ୍ଦିନିଙ୍କୀ ବର୍ତ୍ତମାନ କେହି ସାହାରା ନାହାନ୍ତି। ଏଣୁ ତାଙ୍କୁ ବିଧବା ଭତ୍ତା ପ୍ରଦାନ ସହିତ ଅନ୍ତୋଦୟ ଯୋଜନାରେ ସାମିଲ କରିବା ନିମନ୍ତେ ସେ ସରକାରଙ୍କ ନିକଟରେ ଅନୁରୋଧ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe