ମାଲକାନଗିରି: ଅଭିଭାବକ ବେଫିକର, ପୁଲିସର ନିଘା ନାହିଁ। ପିଲାମାନେ ବି ବେଫିକର ହୋଇ ରାସ୍ତାରେ ଗାଡ଼ ଚଲାଇ ସ୍କୁଲକୁ ଯାଉଛନ୍ତି।ଯଦି କିଛି ବି ଘଟେ ତେବେ ସିଧା ପ୍ରଶାସନ ଉପରେ ଉଙ୍ଗୁଳି ଉଠିବ। ଶନିବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ଦୁଇଟି ବାଇକ୍‌ରେ ତିନି ଜଣ ପିଲା ସ୍କୁଲ ଯାଉଥିବା ବେଳେ ରାସ୍ତାରେ କଥାବାର୍ତ୍ତା ହୋଇ ବେଫିକର ହୋଇ ଗାଡ଼ି ଚଲାଉଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ୨୪ ବର୍ଷ ପରେ ମଧ୍ୟ ଗୋଟିଏ ସ୍ଥିର ପରିବର୍ତ୍ତନ ହେଇଛି

ସରକାର ନିମୟ କରୁଛନ୍ତି ସିନା। ଏଭଳି ଅଭିଭାବକମାନେ ପିଲାଙ୍କୁ ଗାଡ଼ି ଦେଇ ସବୁ ନିୟମକୁ ଫୁ କରିଦେଉଛନ୍ତି। ଏପଟେ ପୁଲିସ ବାଇକ୍‌ ଚାଳକଙ୍କୁ ହେଲମେଟ ପନ୍ଧିନଥିଲେ ଫାଇନ ପକାଇ ନିଜର ଦାୟିତ୍ବ ସାରି ଦେଉଛି। ମାଲକାନଗିରି ସହରରେ ଏଭଳି ଗୋଟିଏ ଦୃଶ୍ୟ ନୁହେଁ ପ୍ରାୟତଃ ସବୁଦିନେ ଛୋଟ ଛୋଟ ପିଲାମାନେ ବାଇକ୍‌ ଚଲାଇ ରାସ୍ତାରେ ବୁଲିବା ଏବଂ ପାଠ ପଢ଼ିବାକୁ ଯାଉଥିବା ଦେଖିବାକୁ ମିଳେ। ପୁଲିସର ତନାଘନା ହେଉନଥିବାରୁ ଏଭଳି ଘଟୁଥିବା କୁହାଯାଇଛି।

ଏହି ଖବର ପଢ଼ନ୍ତୁ: ସୁରକ୍ଷାବାହିନୀଙ୍କ ଗୁଳିରେ ୫ ନକ୍ସଲ ନିପାତ

ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଦାୟୀ କିଏ ରହିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଅଭିଭାବକମାନେ କିପରି ପିଲାଙ୍କ ହାତରେ ଗାଡ଼ି ଦେଇ ବେଫିକର ହୋଇ ଘରେ ରହୁଛନ୍ତି, ତାହାକୁ ନେଇ ସଂଦେହ ହେଉଛି। ସରକାରଙ୍କ ନିୟମ ରହିଛି ଛୋଟ ପିଲା ଗାଡି ଚଳାଇଲେ ବାପା ଦାୟୀ ରହିବେ। ଏଥିସହ ୨୫ ହଜାର ଟଂକା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବେ।

ଏହି ଖବର ପଢ଼ନ୍ତୁ: କେମିତି ନିର୍ଦ୍ଧାରଣ ହୁଏ କାହାକୁ ମିଳିବ କେଉଁ ସିଟ?

ତେବେ ଜିଲ୍ଲାରେ ପୁଲିସ ତରଫରୁ କଡ଼ା ପଦକ୍ଷେପ ନିଆଯାଉନଥିବାରୁ ଅଭିଭାବକମାନେ ମଧ୍ୟ ନିଜ ପିଲାର ପାରିବା ପଣିଆକୁ ଲୋକଙ୍କ ଆଗରେ ଦେଖାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ପୁଅମାନେ ହୁଁ ନୁହନ୍ତି, ଝିଅମାନେ ମଧ୍ୟ ସ୍କୁଟି ଚଲାଇ ପାଠ ପଢ଼ିବାକୁ ଯାଉଥିବା ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ। ଏଥିସହ କ୍ଷୀପ୍ର ଗତିରେ ଟାଉନରେ ପିଲାମାନେ ଗାଡ଼ି ଚଲାଇଯାଉଥିବା ଦେଖିବାକୁ ମିଳେ। ଏପରିକି ସ୍କୁଲ ଓ କଲେଜ ଛୁଟି ହେଲେ ପିଲାମାନେ ବାଇକ୍‌ ଧରି ଝିଅଙ୍କ ଆଗରେ କ୍ଷୀପ୍ର ଗତିରେ ଗାଡ଼ି ଚଲାଇ ସେମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଗତ ମାସେ ତଳେ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀକୁ ଜଣେ ଯୁବକ ବାଇକ୍‌ ଧକ୍କା ଦେଇଥିଲେ।ଫଳରେ ସେ ଗୁରୁତର ହୋଇଯାଇଥିଲେ। ନାବାଳକ ବା ନାବାଳିକା ଗାଡ଼ି ଚଳାଇବା ସରକାର ବେନିୟମ ବୋଲି ଘୋଷଣା କରିଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି। ପୁଲିସ କୌଣସି ଅଘଟଣ ଘଟିବା ପୂର୍ବରୁ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି।

ଏହି ଖବର ପଢ଼ନ୍ତୁ: ଆଉ କେ‌ତେ ତଳକୁ ଖସିବ?