ମଶାଣିକୁ ରାସ୍ତା ନାହିଁ, ପାଣିଭର୍ତ୍ତି ନାଳରେ ବୁହାହେଲା କୋକେଇ

ମଶାଣିକୁ ରାସ୍ତା ନାହିଁ, ପାଣିଭର୍ତ୍ତି ନାଳରେ ବୁହାହେଲା କୋକେଇ

ମୋହନା : ଶ୍ମଶାନଘାଟକୁ ଯିବା ଲାଗି ଭଲ ରାସ୍ତା ନଥିବା ଯୋଗୁଁ ମୃତ ମହିଳାଙ୍କ କୋକେଇକୁ ପାଣି ଭର୍ତ୍ତି ନାଳଦେଇ ପାର କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍ କେରାଖାଲ ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, ଗାଡ଼ି ଡ୍ରାଇଭର୍ ଅନ୍ତର୍ଯ୍ୟାମୀ ଦୋରାଙ୍କ ସ୍ତ୍ରୀ ପୁଷ୍ପା ଦୋରା କିଛିଦିନ ତଳେ ଜ୍ବରରେ ପୀଡ଼ିତ ହୋଇଥିଲେ। ପରିବାରବର୍ଗ ପୁଷ୍ପାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ଶବକୁ ସଂସ୍କାର ଲାଗି କେରାଖାଲ ଗ୍ରାମକୁ ଅଣାଯାଇଥିଲା। ଖବର ପାଇ ମୋହନା ଡ୍ରାଇଭର୍ ସଂଘର ସଦସ୍ୟମାନେ ପହଞ୍ଚିଥିଲେ। ଶବ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳ‌େ ପ୍ରବଳ ବର୍ଷା ଲାଗି ରହିଥିଲା। ଆଉ କେରାଖୋଲ ଗାଁରୁ ଶ୍ମଶାନ ୨ କିମି ଦୂର ହୋଇଥିବା ବେଳେ ରାସ୍ତାରେ ଏକ ନାଳ ପଡ଼ିଥାଏ। ତିନିଦିନ ଧରି ଲଗାଣ ବର୍ଷା ‌ଯୋଗୁଁ ନାଳରେ ଅଣ୍ଟାଏ ପାଣି ଭର୍ତ୍ତିହୋଇ ରହିଥିଲା। ଫଳରେ, ଶ୍ମଶାନକୁ ଯିବା ଏକପ୍ରକାର ଅସମ୍ଭବ ମନ‌େ ହେଉଥିଲା। ତଥାପି, ଡ୍ରାଇଭର୍ ସଂଘର କର୍ମକର୍ତ୍ତାମାନେ ସାହସ ଜୁଟାଇ ପ୍ରବଳ ବର୍ଷାରେ କୋକେଇକୁ ଧରି ନାଳ ଭିତ‌ରେ ପଶିଥିଲେ। ଅଣ୍ଟାଏ ପାଣିରେ ସାବଧାନତାର ସହ କୋକେଇକୁ ଚାରିକାନ୍ଧ ଦେଇ ପାର୍‌ କରିଥିଲେ। ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ଡ୍ରାଇଭର ସ˚ଘର ସହଯୋଗ ଓ ସାହସକୁ ଅଞ୍ଚଳବାସୀ ଭୂୟସୀ ପ୍ରଶ˚ସା କରିଛନ୍ତି। ଏଥିସହିତ, ନାଳ ଉପରେ ସେତୁ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe