ଛତିଶାନିଯୋଗ ବୈଠକ: ମନ୍ଦିର ଭିତରକୁ ସ୍ମାର୍ଟ ଫୋନ ବନ୍ଦ

Advertisment
ଛତିଶାନିଯୋଗ ବୈଠକ: ମନ୍ଦିର ଭିତରକୁ ସ୍ମାର୍ଟ ଫୋନ ବନ୍ଦ

ପୁରୀ: ଶ୍ରୀମନ୍ଦିର ଭିତରକୁ କୌଣସି ସ୍ମାର୍ଟ ଫୋନ୍‌ ଯାଇ ପାରିବ ନାହିଁ। ସେବାୟତ , ମନ୍ଦିର କର୍ମଚାରୀମାନେ କେବଳ ଫିଚର ମୋବାଇଲ ଫୋନ୍‌ ବ୍ୟବହାର କରି ପାରିବେ। ସେବାୟତମାନଙ୍କୁ ସେମାନଙ୍କ ମୋବାଇଲରେ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ଏକ ଲୋଗୋ ଯୋଗାଇ ଦେବ। ସେହିପରି ସେବାୟତମାନଙ୍କୁ ସିଇୟୁଜ୍‌ ନମ୍ବର ଯୋଗାଇ ଦେବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିରର କାର୍ତ୍ତିକ ନୀତି ନେଇ ଛତିଶାନିଯୋଗ ବୈଠକ ବସିଥିଲା। ଏଥିରେ କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ସେହିପରି କାର୍ତ୍ତିକମାସରେ ଭକ୍ତମାନେ ବିନା କୌଣସି ବାଧାବିଘ୍ନରେ ଯେପରି ଅବଢ଼ା ପାଇ ପାରିବେ ସେ ଉପରେ ଆଲୋଚନା କରାଯାଇ ବୈଠକରେ ନିଷ୍ପତ୍ତି ମଧ୍ୟ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe