ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ତାଳଚେର, କଣିହାଁ ପରେ ଏବେ ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଛି। ବ୍ଲକ୍ରେ ବର୍ତ୍ତମାନ ୪୧ଟି ସ୍ଥାନରୁ କୋଇଲା ଉତ୍ତୋଳନ ନେଇ ଯୋଜନା ରହିଥିବାବେଳେ ସେଥିରୁ ଉତ୍କଳ ବି (୧), ଉତ୍କଳ ବି (୨), ଉତ୍କଳ ସି, ଉତ୍କଳ ଡି, ଉତ୍କଳ ଇ ଏବଂ ନୟନି କୋଇଲା ଖଣିରେ ଜମି ଅଧିଗ୍ରହଣ ସରିଛି। ରାଇଝରଣ ଅଞ୍ଚଳର ଉତ୍କଳ ବି (୧), ଉତ୍କଳ ବି (୨), ଉତ୍କଳ ଡି, ଉତ୍କଳ (ଇ) ଖଣିରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇ ସାରିଛି। ମାତ୍ର ବର୍ତ୍ତମାନ ବଡ଼ ଚିନ୍ତା ପାଲଟିଛି କୋଇଲା ପରିବହନ। ସ୍ବତନ୍ତ୍ର କୋଲ୍ କରିଡର୍ ନଥିବାରୁ ଦୁଇବର୍ଷ ହେଲା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନ କରାଯାଉଛି। ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ଜୋରଦାର ବିରୋଧ କରୁଛନ୍ତି। ଟ୍ରାଫିକ୍ ଜାମ, ପ୍ରଦୂଷଣ ଓ ଦୁର୍ଘଟଣା ଯୋଗୁଁ ଲୋକଙ୍କ ବିରୋଧାଭାସ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଛେଣ୍ଡିପଦା, କଣଲୋଇ, ବାଗଡ଼ିଆ, କମ୍ପସଲା ଆଦି ଅଞ୍ଚଳର ଶତାଧିକ ଅଧିବାସୀ କୋଶଳାରୁ ହିଙ୍ଗୁଳା ମନ୍ଦିର ଦେଇ କିମ୍ବା ଜରପଡ଼ା ଦେଇ ୧୨ କିମି ରାସ୍ତା ଅଧିକ ବୁଲି ଅନୁଗୁଳ ଯାଉଛନ୍ତି। ଛେଣ୍ଡିପଦା ନୟନି ଖଣିରୁ କୋଇଲା ପରିବହନ ହେଲେ ଲୋକମାନେ ଅନୁଗୁଳକୁ କେଉଁ ରାସ୍ତା ଦେଇ ଯିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୦୨୫ ଡିସେମ୍ବର ମାସ ସୁଦ୍ଧା କଭର୍ କନ୍ଭେୟର୍ ବେଲ୍ଟ ଯୋଗେ ଛେଣ୍ଡିପଦାରୁ ଜରପଡ଼ା ରେଳ ଷ୍ଟେସନ୍କୁ କୋଇଲା ପରିବହନ ହୋଇଯିବା କଥା। ହେଲେ ଆଜି ପର୍ଯ୍ୟନ୍ତ ବେଲ୍ଟ ନିର୍ମାଣ ହୋଇ ପାରିନାହିଁ। ୨୦୨୮ ମଧ୍ୟରେ ବେଲ୍ଟ ନିର୍ମାଣ ପର୍ଯ୍ୟନ୍ତ ଛେଣ୍ଡିପଦା, ବାଲିପଟା ଦେଇ ଜରପଡ଼ା ଷ୍ଟେସନ୍କୁ କୋଇଲା ଗାଡ଼ି ଯିବା ପାଇଁ କମ୍ପାନିଗୁଡ଼ିକ ସରକାରଙ୍କଠାରୁ ଅନୁମତି ମାଗିଛନ୍ତି। ତେବେ ଅନୁମତି ମିଳି ନଥିଲେ ମଧ୍ୟ ଉକ୍ତ ରାସ୍ତାରେ କୋଇଲା ପରିବହନ ନେଇ ଯୋଜନା ଚାଲିଥିବା ଜାଣିବା ପରେ ଗ୍ରାମବାସୀ ବିରୋଧ ଆରମ୍ଭ କରିଛନ୍ତି। ଗତକାଲିଠାରୁ ୩୫ରୁ ଅଧିକ ଟ୍ରକ୍ ଓ ହାଇୱାରେ କୋଇଲା ଭର୍ତ୍ତି ହୋଇ ଅଟକି ରହିଛି। କୋଶଳା, କମ୍ପସଲା, ଅନ୍ଧାରିକଟା, ସେଣ୍ଢା, ଚାଙ୍ଗୁଡ଼ିଆ, ବ୍ରାହ୍ମଣବିଲ, ବାଲିନାଳୀ, ତେଣ୍ଟୁଲୋଇ, ବାଲିପଟା, ନାଉପଦା, ଦୁର୍ଗାପୁର ଆଦି ଗ୍ରାମ୍ୟ ରାସ୍ତାରେ କୋଇଲା ପରିବହନକୁ ବିରୋଧ କରାଯାଉଛି। ଲୋକେ ରାତି ଅନିଦ୍ରା ରହି ଜଗି ରହିଛନ୍ତି। ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କୋଇଲା ପରିବହନ ହେବ। ମାତ୍ର ତାହା ସର୍ବସାଧାରଣ ରାସ୍ତାରେ ନା ସ୍ୱତନ୍ତ୍ର ରାସ୍ତାରେ ହେବ ତା’କୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି। ଏପରିକି ଲୋକେ ସୂଚନା ଅଧିକାର ଆଇନରେ ତଥ୍ୟ ସଂଗ୍ରହ କରି ବିରୋଧ ଜାରି ରଖିଛନ୍ତି। କୋଶଳା ଗାଁର ବିରୋଧ ଦେଖି ଅନ୍ୟ ଗ୍ରାମରେ ବିରୋଧାଭାସ ଆରମ୍ଭ ହେଲାଣି।
Jail warder's : ଜେଲ୍ ୱାର୍ଡ଼ରଙ୍କ ଝୁଲନ୍ତା ମୃତଦେହ ଜବତ
ସଂପ୍ରତି ବୈତରଣୀ ପଶ୍ଚିମ, ମାଛକୁଟା, ପାତ୍ରପଡ଼ା ଦକ୍ଷିଣ ଖଣିରେ ଜମି ଅଧିଗ୍ରହଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏହି ଖଣିରୁ ମଧ୍ୟ କୋଇଲା ପରିବହନ ଆରମ୍ଭ ହେବ। ଏହାବ୍ୟତୀତ ଅଳକାନନ୍ଦା, ଛେଣ୍ଡିପଦା ଓ କୁଡ଼ାନାଳୀ ଲୁବୁରି ଖଣିର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ପ୍ରଦୂଷଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ତଥା ଜନସାଧାରଣଙ୍କ ନିରାପଦ ଜୀବନଧାରଣକୁ ଦୃଷ୍ଟିରେ ରଖି ଖଣିଗୁଡ଼ିକରୁ କିଭଳି ସୁରକ୍ଷିତ ଭାବେ କୋଇଲା ପରିବହନ ହେବ, ସେ ନେଇ ସ୍ୱତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ସ୍ୱତନ୍ତ୍ର କୋଇଲା ପରିବହନ ରାସ୍ତା ନିର୍ମାଣ ପାଇଁ ୪ ବର୍ଷ ପୂର୍ବରୁ ସିଙ୍ଗରେନି କମ୍ପାନି ୩୫ କୋଟି, ଦେଢ଼ବର୍ଷ ହେଲା ଜିଏମ୍ଡିସି ୩୫ କୋଟି ଓ ଏନ୍ଏଲ୍ସିଆଇଏଲ ପକ୍ଷରୁ ୩୫ କୋଟି ସରକାରଙ୍କୁ ଦିଆଯାଇଛି। ତେବେ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପରିବର୍ତ୍ତେ ପ୍ରଶାସନ ପୁଲିସ ଫୋର୍ସ ଲଗାଇ ଦମନ ମନୋବୃତ୍ତିରେ କୋଇଲା ପରିବହନ ଯୋଜନା କରୁଥିବାରୁ ଜନଅସନ୍ତୋଷ ତେଜିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-12-2026-03-07-05-21-41.jpg)