Advertisment

କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ନାହିଁ ପରିଶ୍ରାଗାର ଓ ଶୌଚାଳୟ, ପିଇବା ପାଣି ପାଇଁ ରୋଗୀ ହନ୍ତସନ୍ତ

Advertisment
କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ନାହିଁ ପରିଶ୍ରାଗାର ଓ ଶୌଚାଳୟ, ପିଇବା ପାଣି ପାଇଁ ରୋଗୀ ହନ୍ତସନ୍ତ

ଘୁ.ଉଦୟଗିରି: ସ୍ୱଚ୍ଛ ଭାରତ ମିସନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା। ଗାଁଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା। ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା। ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳ ଶୂନ। କାରଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅବସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ଶୌଚାଳୟ କି ପରିସ୍ରାଗାର। ଏହିଭଳି ଦୃଶ୍ୟ ଦେଖୁବାକୁ ମିଳିଛି ସ୍ଥାନୀୟ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ। କହିବାକୁ ଗଲେ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ନାହିଁ ନାହିଁରେ ଚାଲିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର। ଟୋପାଏ ପିଇବା ପାଣି ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି। ଗୋଟିଏ ପରିସ୍ରାଗାର କି ଶୌଚାଳୟ ମଧ୍ୟ ନାହିଁ।

publive-image

କଳିଙ୍ଗା ଗ୍ରାମ ପଞ୍ଚାୟତରେ ପ୍ରାୟ ୨୦ଟି ୱାର୍ଡ ଅବସ୍ଥିତ। ଏହା ଘୁ.ଉଦୟଗିରି ବ୍ଲକର ସବୁଠାରୁ ବଡ଼ ପଞ୍ଚାୟତ ଅଟେ। ଏହି ପଞ୍ଚାୟତରେ ପ୍ରାୟ ୧୨,୦୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ନିକଟରେ ଛୋଟଛୋଟ ପିଲାଙ୍କର ହଷ୍ଟେଲ ଗୁଡ଼ିକ ଓ ବିଏଡି କଲେଜ, ସିଟି ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ଏକ ମାତ୍ର ଭରସା  କଳିଙ୍ଗା ଡିଏଭି ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ )।

ଅତି ଦୁଃଖର ବିଷୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ନିମନ୍ତେ ଏଠାରେ କୌଣସି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ।  ଅତି ପୁରାତନ ଏକ ନଳକୂପ ଅଛି କିନ୍ତୁ ସେଥିରୁ ବ୍ୟବହାର ଅନୁପଯୋଗୀ କାଦୁଅ ପାଣି ବାହାରୁଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ବ୍ୟବହାର ନିମନ୍ତେ ନିହାତି ଆବଶ୍ୟକ ଏକ ଶୌଚାଳୟ ଟିଏ ମଧ୍ୟ ନାହିଁ। ଲୋକେ ମେଡିକାଲ ପରିସର ମଧ୍ୟରେ କାନ୍ଥରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଯାନବାହାନ ରଖିବା ନିମନ୍ତେ ପାର୍କିଂର କୌଣସି ସୁବିଧା ମଧ୍ୟ କରାଯାଇନାହିଁ।

ଏ ବିଷୟରେ କଳିଙ୍ଗାବାସୀ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଏବଂ ଅଧିକାରୀମାନେ ଯଥାଶୀଘ୍ର କରିବା ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ଆଜକୁ ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି। ଏଣୁ ଯଥାଶୀଘ୍ର କଳିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ)ରେ ଥିବା ମୌଳିକ ସମସ୍ୟାର ଯଥାଶୀଘ୍ର ସମାଧାନ ନହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଉଲ୍ହେଇବେ ବୋଲି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe