ପୁରୀକୁ ଟ୍ରେନ୍ ଚାଲିବନି, ପୁରୀ ଯାଉଥିବା ‌ଟ୍ରେନ୍‌ ଭୁବନେଶ୍ବରରେ ଅଟକିବ

Advertisment

ପୁରୀରୁ କୌଣସି ଟ୍ରେନ୍‌ ବାହାରିବ ନାହିଁ

ପୁରୀରୁ କୌଣସି ଟ୍ରେନ୍‌ ବାହାରିବ ନାହିଁ

ପୁରୀକୁ ଟ୍ରେନ୍ ଚାଲିବନି, ପୁରୀ ଯାଉଥିବା ‌ଟ୍ରେନ୍‌ ଭୁବନେଶ୍ବରରେ ଅଟକିବ

India Rail Info

ଭୁବନେଶ୍ବର : ଆସନ୍ତା ୧ ତାରିଖରୁ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ ହେବ। ହେଲେ ଏବେ ପୁରୀକୁ ଟ୍ରେନ୍‌ ଚଳାଚଳ କରିବନି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେଣୁ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ସମସ୍ତ ଟ୍ରେନ୍‌ ଏବେ ଭୁବ‌େନଶ୍ବରରୁ ଗଡ଼ିବ ଏବଂ ପୁରୀକୁ ଯିବାକୁ ଥିବା ଟ୍ରେନ୍‌ ଭୁବନେଶ୍ବରରେ ଅଟକିବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

publive-image Image Source: Zee Business

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଗଡ଼ିବାକୁ ଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ନ ବାହାରି ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିବ। ସେହିପରି ଏହା ୩ତାରିଖରେ ନୂ୍ଆଦିଲ୍ଲୀରୁ ଫେରିବାକୁ ଥିବା ଏହି ଟ୍ରେନ୍‌ ପୁରୀ ନଯାଇ ଭୁବନେଶ୍ବରରେ ଅଟକିବ।

ଏହାବାଦ୍‌ ସପ୍ତାହକୁ ତିନି ଦିନ ଚଳାଚଳ କରୁଥିବା ସିଲଦାହ୍‌-ପୁରୀ ଦୂରୋନ୍ତୋ ଏକ୍ସପ୍ରେସ୍‌ ବି ସିଲ୍‌ଦାହରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ସିଲ୍‌ଦାହ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍‌ ଭୁବନେଶ୍ବରରୁ ସୋମ, ବୁଧ ଓ ଶୁକ୍ରବାର ଯିବ ଏବଂ ମଙ୍ଗଳ, ଗୁରୁ ଓ ଶନିବାର ଭୁବନେଶ୍ବରରେ ପହଞ୍ଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe