ନୂଆପଡ଼ା ଜିଲ୍ଲାରେ ଟିକା ମିଳୁନାହିଁ: ଅଧିରାଜ

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଖରିଆର ବିଧାୟକଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ଖରିଆର ବିଧାୟକଙ୍କ ଚିଠି

୩ ଘରୋଇ ହସ୍ପିଟାଲ ଆଣିବେ ୧୨ହଜାର ଡୋଜ୍, ଘରୋଇ ହସ୍ପିଟାଲଙ୍କୁ କୋ-ୱିନ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ

BioWorld

ପଶ୍ଚିମ ଓଡ଼ିଶା ପ୍ରତି ସରକାରଙ୍କ ବୈମାତୃକ ବ୍ୟବହାର ନେଇ ଅଭିଯୋଗ

ଭୁବନେଶ୍ବର : ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ କୋଭିଡ ଟିକାକରଣ ନେଇ ସରକାର କେବେଠାରୁ ଘୋଷଣା କରିଛନ୍ତି। କିନ୍ତୁ ଏବେସୁଦ୍ଧା ନୂଆପଡ଼ା ଜିଲ୍ଲାରେ ଏହି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଟିକା ପହଞ୍ଚିଲା ନାହିଁ। ଏ ନେଇ କ୍ଷୋଭ ପ୍ରକାଶ କରି କଂଗ୍ରେସର ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ନୂଆପଡ଼ା ଜିଲ୍ଲା ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଲାଗିଥିବାରୁ ଚଳିତ ବର୍ଷ କୋଭିଡ ଦ୍ବିତୀୟ ଲହରୀ ସଂକ୍ରମଣ ପ୍ରଥମେ ନୂଆପଡ଼ାରେ ଦେଖାଦେଇଥିଲା। ଏଠାରେ ଗୋଟିଏ ସରକାରୀ ଡାକ୍ତରଖାନାକୁ ଛାଡ଼ିଦେଲେ ଆଉ କୌଣସି ସ୍ବାସ୍ଥ୍ୟସେବା ସୁବିଧା ନାହିଁ। ତଥାପି ଜିଲ୍ଲାବାସୀ କୋଭିଡ ନିୟମକୁ କଡ଼ାକଡ଼ି ଅନୁପାଳନ କରି ଏବେ ସଂକ୍ରମଣ ହାରକୁ ୧୦୦ ତଳକୁ ଖସାଇଛନ୍ତି। କିନ୍ତୁ ମୃତ୍ୟୁହାର ଏବେ ବି ଉଦବେଗଜନକ ଅବସ୍ଥାରେ ରହିଛି। ଯାହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବି ଠିକ୍‌ ବ୍ୟବଧାନରେ ଟିକା ମିଳୁନଥିବା ବିଧାୟକ ଅଭିଯୋଗ କରିଛନ୍ତି।

କୋଭିଡ ଟିକା ଜୀବନ ରକ୍ଷକ ବୋଲି ପ୍ରଚାର ହେଉଛି। କଳାହାଣ୍ଡି, ବରଗଡ଼, ନବରଙ୍ଗପୁର, କୋରାପୁଟ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲେ ବି ନୂଆପଡ଼ା ଜିଲ୍ଲା କାହିଁକି ବାଦ ପଡ଼ିଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଏଥିରୁ ଜଣାପଡ଼ୁଛି, ସରକାର ପଶ୍ଚିମଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଯୁବବର୍ଗମାନଙ୍କ ପାଇଁ ଟିକା କିଣିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବ୍ୟବହାର କରାଯାଉ। ଆଉ ତୁରନ୍ତ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକା ଉପଲବ୍ଧ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe