Zee News
ରାଉରକେଲା, : ସକାଳୁ ସକାଳୁ ସହରର ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନ ଆଗରେ ଲାଗୁଛି ଖାଉଟିଙ୍କ ଲମ୍ବା ଲାଇନ୍। ଏକକାଳୀନ ତିନି ମାସର ଚାଉଳ ଓ ଗହମ ମିଳୁଥିବାରୁ ଖାଉଟିମାନେ ସାଥିରେ ପରିବାର ଲୋକଙ୍କୁ ଧରି ଆସୁଛନ୍ତି। କିଛି ଖାଉଟି ଭଡାରେ ଅଟୋ ନେଇ ମଧ୍ୟ ଆସୁଛନ୍ତି। ମୁଣ୍ଡ ଫଟା ତାତିରେ କଣ୍ଟ୍ରୋଲ ଦୋକାନ ଛିଡା ହୋଇ ରହୁଛନ୍ତି। କେତେବେଳେ ପସ୍ ମେସିନ୍ କାମ କରିବ। ଚାଉଳ ଓ ଗହମ ଧରି ଘରକୁ ଫେରିବେ। ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। କିନ୍ତୁ କାମ କରୁନି ପସ୍ ମେସିନ୍। କଣ୍ଟ୍ରୋଲ ଦୋକାନୀ ଚାଉଳ ଓ ଗହମ ଆଜି ଦେଇ ହେବ ନାହିଁ ବୋଲି କହୁଛନ୍ତି। କିଛି ଖାଉଟି କାହିଁକି ଦେଇ ହେବ ନାହିଁ ବୋଲି କଣ୍ଟ୍ରୋଲ ଦୋକାନୀଙ୍କ ସହ ଝଗଡା କରୁଛନ୍ତି। ଆଉ କିଛି ଖାଉଟି କାହାକୁ କିଛି ନ କହି ଫେରିଯାଉଛନ୍ତି। ଦିନେ କି ଦୁଇ ନୁହେଁ ପ୍ରାୟ ସପ୍ତାହ ଧରି ସହରର ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନ ଆଗରେ ଏଭଳି ସମସ୍ୟା ଉପୁଜିଛି। ସମସ୍ୟା ସମ୍ପର୍କରେ ଯୋଗାଣ ବିଭାଗ ଅବଗତ ଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। କେବେ ମେସିନ୍ ଠିକ୍ ହେବ କହିପାରୁ ନାହାନ୍ତି। ଯାହା ଉଭୟ ଖାଉଟି ଓ କଣ୍ଟ୍ରୋଲ ଦୋକାନୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସବୁକିଛି ଠିକ୍ ଠାକ୍ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି।
sambad Englishବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ ପସ୍ ମେସିନ୍ କାମ କରିବ କି ନାହିଁ, ତାହାକୁ ନେଇ ଦ୍ବନ୍ଦରେ ଅଛନ୍ତି ଉଭୟ ସାଧାରଣ ଖାଉଟି ଓ କଣ୍ଟ୍ରୋଲ ଦୋକାନୀ। କାରଣ ପୂର୍ବରୁ ପସ୍ ମେସିନ୍ ବାରମ୍ବାର ଅଚଳ ହୋଇଛି। ପସ୍ ମେସିନ୍ କାମ କରୁ ନଥିବାରୁ ମାସେ କି ଦୁଇ ମାସ ନୁହେଁ (ମେ, ଜୁନ୍ ଓ ଜୁଲାଇ) ତିନି ମାସର ଚାଉଳ ଓ ଗହମ ଖାଉଟି ପାଇପାରୁ ନାହାନ୍ତି। ମାଗଣା ଚାଉଳ ଓ ଗହମ ପାଇଁ କାମ ଧନ୍ଦା ଛାଡି ମୁଣ୍ଡଫଟା ତାତିରେ ଘଣ୍ଟା ଘଣ୍ଟା ଧରି କଣ୍ଟୋଲ ଦୋକାନ ଆଗରେ ଛିଡା ହେଉଛନ୍ତି। ଖାଉଟି ସାମଗ୍ରୀ ନ ପାଇ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ରାଉରକେଲା ସହରରେ ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନରେ ମିଳିବାକୁ ଥିବା ତିନି ମାସର ଖାଉଟି ସାମଗ୍ରୀ ଠିକ୍ ଭାବେ ବଣ୍ଟନ ନ ହୋଇ ପଡିଛି। ସହରରେ ପ୍ରାୟ ୧ ଲକ୍ଷ ୬୮ ହଜାର ଖାଉଟି ରହିଛନ୍ତି। ଏମାନଙ୍କ ପାଇଁ ମାସକୁ ପାଖାପାଖି ୬ ହଜାର କ୍ବିଣ୍ଟାଲ ଚାଉଳ, ୪ ହଜାର କ୍ବିଣ୍ଟାଲ ଗହମ ଏମିତି ମୋଟ ୧୦, ହଜାର କ୍ବିଣ୍ଟାଲ ବଣ୍ଟନ କରାଯାଇଛି। କଣ୍ଟ୍ରୋଲ ଦୋକାନୀମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଏକକାଳୀନ ତିନି ମାସର ମୋଟ ୩୦ ହଜାର କ୍ବିଣ୍ଟାଲ ଚାଉଳ ଓ ଗହମ ବଣ୍ଟନ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ % ଖାଉଟି ସାମଗ୍ରୀ ବଣ୍ଟନ ସରିଛି। ଅବଶିଷ୍ଟ ପ୍ରାୟ ୬୦% ଖାଉଟି ସାମଗ୍ରୀ ବଣ୍ଟନ ନ ହୋଇ କଣ୍ଟ୍ରୋଲ ଦୋକାନୀଙ୍କ ଗୋଦାମରେ ସେମିତି ପଡିଛି। କେବେ ପସ୍ ମେସିନ୍ କାମ କରିବ ? ଏକକାଳୀନ ତିନି ମାସର ଚାଉଳ ଓ ଗହମ ବଣ୍ଟନ କରାଯିବ, ଏହାର ଉତ୍ତର ନାଁ ଯୋଗାଣ ବିଭାଗ ଅଧିକାରୀ ଓ ନା କଣ୍ଟ୍ରୋଲ ଦୋକାନୀ କାହାରି ପାଖରେ ନାହିଁ।
The Indian Expressଅନ୍ୟପଟେ ତିନି ମାସର ମାଗଣା ଖାଉଟି ସାମଗ୍ରୀ ବଣ୍ଟନ ସରି ନ ଥିବାବେଳେ ଯୋଗାଣ ବିଭାଗ ଜୁଲାଇ ମାସର ଟଙ୍କିକିଆ ଚାଉଳ ବାଣ୍ଟିବାକୁ କଣ୍ଟ୍ରୋଲ ଦୋକାନୀଙ୍କୁ ଚିଠି କରି ସାରିଛନ୍ତି। କେବଳ ଚିଠି ନୁହେଁ ଏ ବାବଦରେ ଅର୍ଥ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏସବୁ ଭିତରେ କଣ୍ଟ୍ରୋଲ ଦୋକାନୀଙ୍କ ଗୋଦାମରେ ପଡିଥିବା ପ୍ରାୟ ୧୮ ହଜାର ଚାଉଳ ଓ ଗହମ କେବେ ବଣ୍ଟନ ହେବ କି ନାହିଁ, ତାକୁ ନେଇ ଖାଉଟିଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସମସ୍ୟା ସଂକ୍ରାନ୍ତରେ ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି, ଏଭଳି ସମସ୍ୟା ଆଉ ଦିନେ ଦୁଇ ଦିନ ରହିବ। ଏହା ପରେ ସବୁ ଠିକ୍ ହୋଇଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬ ମାସରେ ମାଗଣା ଚାଉଳ ଓ ଗହମ ବଣ୍ଟନ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ‘ପ୍ରଧାମମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଜରିଆରେ ଗତ ଏପ୍ରିଲରୁ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଗହମ ଖାଉଟିମାନଙ୍କୁ ବଣ୍ଟନ କରାଯାଉଛି। ଏପ୍ରିଲ ଗୋଟିଏ ମାସରେ ଠିକ୍ ଭାବେ ବଣ୍ଟନ ସରିଛି। ରାଉରକେଲା ସହରରେ ମୋଟ ୧ ଲକ୍ଷ ୬୮ ହଜାର ହିତାଧିକାରୀଙ୍କୁ ଚାଉଳ ଓ ଗହମ ବଣ୍ଟନ କରାଯାଉଛି। ପ୍ରାୟ ୩୦ରୁ ଅଧିକ ଏସ୍ଏଚ୍ଜି ସହ ମୋଟ ୧୬୮ଟି କଣ୍ଟ୍ରୋଲ ଦୋକାନ ଖାଉଟିଙ୍କୁ ଚାଉଳ ଓ ଗହମ ମିଳୁଛି।
Follow Us