ହାତୀ ସୁରକ୍ଷା ପାଇଁ ଚିନ୍ତା ନାହିଁ, ମୁଣ୍ଡ ଉଚ୍ଚତାରେ ଝୁଲୁଛି ବିଜୁଳି ତାର

Advertisment
କଟକ ବନାଞ୍ଚଳରେ ବିପଦରେ ହାତୀ

ବରଗଡ଼ : ଗତ ବୁଧବାର ପାହାନ୍ତାରେ ଗାଇସିଲାଟ୍‌ ବ୍ଲକ୍‌ ଅଂଚଳାର ଗୋଟିଏ ହାତୀ ଆତଙ୍କ ଖେଳାଇଥିଲା। ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ବନବିଭାଗ ହାତୀର ଗତିବିଧି ଠଉରାଇ ପାରୁନାହିଁ। ବରଂ ନିକଟବର୍ତୀ ଗାଁଗୁଡ଼ିକରେ ଉକ୍ତ ନରହନ୍ତା ହାତୀ ନିଜ ଚିହ୍ନ ଛାଡ଼ି ଯାଉଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଅନ୍ୟପକ୍ଷରେ ଗଜରାଜ ପାଇଁ ମଧ୍ୟ ସଂକଟ ବଢ଼ି ଯାଇଛି। ପଦ୍ମପୁର, ପାଇକମାଳ, ଅମ୍ବାଭୋନା, ଝାରବନ୍ଧ, ଗାଇସିଲାଟ୍‌ ଆଦି ଅଂଚଳରେ ହାତୀ ଚଲାପଥ ରହିଛି। ଛତିଶଗଡ଼ରୁ ହାତୀପଲ ମହାନଦୀ ଡେଇଁ ବରଗଡ଼ ଜିଲ୍ଲାକୁ ଦାଖଲ ହୋଇଥାନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼ ଏବଂ ଅଂଗନଦୀ ପାର କରି ମଧ୍ୟ ହାତୀ ଜିଲ୍ଲାକୁ ପଶିଥାନ୍ତି। କିନ୍ତୁ ବର୍ତମାନ ବିଭିନ୍ନ ହାତୀ ଚଲାପଥରେ ବିପଦ ରହିଛି। ଅର୍ଥାତ ସ୍ବଳ୍ପ ଉଚ୍ଚତାରେ ଉଚ୍ଚକ୍ଷମତା ସଂପନ୍ନ ବିଜଳି ତାର ଓହଳି ରହିଛି। ଏବେ ଜଂଗଲରେ ମହୁଲ ପଡ଼ୁଥିବାରୁ ତାକୁ ଖାଇବାକୁ ହାତୀମାନେ ସକ୍ରିୟ ରହିଛନ୍ତି। ତେଣୁ ହାତୀ ଚଲାପଥ ବ୍ୟତୀତ ଅନ୍ୟ ଜଂଗଲିଆ ରାସ୍ତାରେ ହାତୀ ଯାତାୟତ କରୁଛନ୍ତି। ଫଳରେ କମ୍‌ ଉଚ୍ଚତାରେ ଥିବା ବିଦ୍ୟୁତ ତାର ଯୋଗୁଁ ଅଘଟଣ ଘଟିବା ଆଶଂକା ରହିଛି।

ମହୁଲ ଗୋଟାଇବାକୁ ବିଭିନ୍ନ ସ୍ଥାନରେ ଜଂଗଲ ପୋଡ଼ି ଦିଆଯାଉଛି। ଯଦ୍ବାରା ଅତ୍ୟଧିକ ଗରମ ଯୋଗୁଁ ହାତୀମାନେ ଜନବସତି ଆଡ଼କୁ ମୁହାଁଉଛନ୍ତି। ଜଂଗଲିଆ ଅଂଚଳ ଏବଂ ହାତୀ ଚଲାପଥ କଥା ସମସ୍ତେ ଭୁଲି ଯାଇଛନ୍ତି। ଏନେଇ କିଛି ଆପତ୍ତି ଅଭିଯୋଗ ହେଲେ ଉଭୟ ବନବିଭାଗ ଏବଂ ବିଦ୍ୟୁତ ବିଭାଗ ପରସ୍ପର ଉପରେ ଦୋଷ ଲଦି ଖସିବାକୁ ଚେଷ୍ଟା କରୁଛନ୍ତି। କୌଣସି ବିଭାଗ ଏନେଇ ତତ୍ପରତା ଦେଖାଉନଥିବାରୁ  ଗଜରାଜ ସଂକଟରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe