ଇଂରାଜୀ ନୂଆବର୍ଷ ପାଇଁ ମଧ୍ୟରାତ୍ରୀରେ ହୋଇପାରିବନି ଉତ୍ସବ ପାଳନ, କଟକଣା ଲଗାଇଲେ ରାଜ୍ୟ ସରକାର

Advertisment
ଇଂରାଜୀ ନୂଆବର୍ଷ ପାଇଁ ମଧ୍ୟରାତ୍ରୀରେ ହୋଇପାରିବନି ଉତ୍ସବ ପାଳନ, କଟକଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ଇଂରାଜୀ ନୂଆବର୍ଷରେ ଏଥର ବି ଯୁବପୀଢ଼ିଙ୍କୁ ନିରାଶ ହେବାକୁ ପଡ଼ିବ। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ମଧ୍ୟରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ହୋଇପାରିବ ନାହିଁ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବାକୁ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ଜିରୋ ନାଇଟ ସେଲିବ୍ରେସନ ଉପରେ ସରକାର କଟକଣା ଲାଗୁ କରିଛନ୍ତି । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା ହୋଇଛି । ୩୧ ଡିସେମ୍ବର ଓ ୧ ଜାନୁଆରି ପାଇଁ ଏହି କଟକଣା ରହିବ । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଗତଥର ମଧ୍ୟ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବାତିଲ କରାଯାଇଥିଲା।

ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଡିସେମ୍ବର ୧ରୁ ୧ ଜାନୁଆରି ୨୦୨୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe