Nation First News
ଭୁବନେଶ୍ବର : ଜୁଲାଇ ୨୬ରୁ ସ୍କୁଲ ଖୋଲିବ। ୩୦ ତାରିଖରୁ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା। ହାତରେ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ନୋଡାଲ ଅଫିସଙ୍କୁ ନିଯୁକ୍ତ କରାଯାଇଛି। ନିଯୁକ୍ତ ହୋଇଥିବା ଅଧିକାରୀମାନେ ମୁଖ୍ୟତଃ ଓଏଏସ୍ ଓ ଓଇଏସ୍। ଏହି ଅଫିସରମାନେ ଜିଲ୍ଲା ଗସ୍ତ କରିବା ସହ ପରୀକ୍ଷା ଓ ଅଫ୍ଲାଇନ୍ ପାଠପଢ଼ାର ତଦାରଖ କରିବେ।
ସେମାନେ ପ୍ରତି ମାସରେ ଅତି କମ୍ରେ ଦୁଇ ଦିନ ଜିଲ୍ଲା ଗସ୍ତ କରିବେ। ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବେ। ମାସ ଶେଷରେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ମୁଖ୍ୟାଳୟରୁ ଯିବାକୁ ଥିବା ଅଧିକାରୀମାନଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକଙ୍କ ପକ୍ଷରୁ ଗସ୍ତର ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ଜିଲ୍ଲାସ୍ତରରେ ଡିପିସି, ଏସ୍ଏସ୍ଏମାନେ ରହଣି ଓ ଗସ୍ତର ସୁବିଧା କରାଇବେ।
Follow Us