୧୮୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୪୦ଜଣଙ୍କ ଲାଗି ମଧ୍ୟାହ୍ନ ଭୋଜନ ଆସିଥିବା ଯୋଗୁଁ ବିଦ୍ୟାଳୟରେ ଉତ୍ତେଜନା

Advertisment
୧୮୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୪୦ଜଣଙ୍କ ଲାଗି ମଧ୍ୟାହ୍ନ ଭୋଜନ ଆସିଥିବା ଯୋଗୁଁ ବିଦ୍ୟାଳୟରେ ଉତ୍ତେଜନା

ବାଲେଶ୍ବର: ବାଲେଶ୍ବର ସହରର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା।ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ସହରର ସହଦେବଖୁଣ୍ଟାରେ ଥିବା ମୁନସିପାଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ୧୮୦ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ସେଠାରେ ମାତ୍ର ୪୦ଜଣଙ୍କ ଲାଗି ଖାଦ୍ୟ ଆସିଥିଲା। ଏହାକୁ ପାଚିକାମାନେ ବିରୋଧ କରିଥିଲେ।ଏହା ଫଳରେ ପ୍ରାୟ ୫୦ରୁ ୬୦ ପିଲା ଖାଇବାରୁ ବଞ୍ଚିତ ହୋଇଥିବା କୁହାଯାଉଛି।

ପରେ ଏସଂପର୍କରେ ଖବର ପାଇ ବି କେତେକ ଅଭିଭାବକ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିବା ସହ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାପାତ୍ରଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ ଖାଦ୍ୟ ଯୋଗାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଗତକାଲି କମ୍ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ସତ୍ତ୍ବେ ଅଧିକ ପିଲାଙ୍କପାଇଁ ଖାଦ୍ୟ ଅଣାଯାଇଥିଲା। ସେଥିରୁ ପ୍ରାୟ ୪୦/୫୦ଜଣଙ୍କର ଖାଦ୍ୟ ନଷ୍ଟ ହୋଇଥିଲା।

publive-image

ଆଜି ଶିଶୁ ଦିବସ ଥିବା ହେତୁ ଶୀଘ୍ର (ସାଢ଼େ ୧୧ଟା)ବେଳେ ୪୦ଜଣଙ୍କ ଲାଗି ଖାଦ୍ୟ ଅଣାଯାଇଥିଲା। ତେବେ ପରେ ଅନ୍ୟ ସ୍କୁଲକୁ ପଠାଯାଇଥିବା ଖାଦ୍ୟ ମଗାଯାଇ ଏହି ନୋଡାଲ ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe