ନାମାଙ୍କନ କଲେ ତାରା: ‘ମୋ ସମୟରେ ସର୍ବାଙ୍ଗୀନ ବିକାଶ ହୋଇଛି’

Advertisment
ନାମାଙ୍କନ କଲେ ତାରା: ‘ମୋ ସମୟରେ ସର୍ବାଙ୍ଗୀନ ବିକାଶ ହୋଇଛି’

ଜୟପୁର: ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ନାମାଙ୍କନ ଦାଖଲ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ ୨ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାପରେ ନିଜ ପ୍ରତିକ୍ରିୟାରେ ବାହିନୀପତି କହିଥିଲେ, ଗତ ୧୦ବର୍ଷରେ ଜୟପୁରର ବିକାଶ ହୋଇଛି। କ’ଣ ନ ହୋଇଛି ମୋ ସମୟରେ। ବିଶ୍ବବିଦ୍ୟାଳୟଠୁ ଆରମ୍ଭ କରି ଗ୍ରାମାଞ୍ଚଳକୁ ସର୍ବାଧିକ କିମି ରାସ୍ତା ଓ ସେତୁ ନିର୍ମାଣ, ବିମାନ ଚଳାଚଳ, ପାଣି, ବିଦ୍ୟୁତ୍ ସେବା ସବୁ କିଛି ପାଇଛନ୍ତି ଲୋକେ। ଆଗକୁ ମଧ୍ୟ ବିକାଶର ଧାରା ଜାରି ରହିବ।

ଦୁର୍ନୀତି ବିରୋଧରେ ଲଢ଼େଇ ଚାଲିଛି, ଆଗକୁ ଚାଲିବ ବୋଲି ତାରା କହିଥିଲେ। ପୂର୍ବାହ୍ନ ୧୦ଟାରେ ଭଗବତୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାରରେ ସାମିଲ୍ ହୋଇଥିଲେ ତାରା। ହଜାର ହଜାର ସମର୍ଥକଙ୍କ ଗହଣରେ ତାରା ରାଜନଅରରୁ ରାଲିରେ ବାହାରି ଟ୍ରାଫିକ୍ ଛକ, ଖ୍ରୀଷ୍ଟ୍ରିଆନ୍ ପେଟା, ଲକ୍ଷ୍ମୀ ପଣ୍ଡା ଛକ, ଜୟନଗର ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାସ୍ତାରେ ଜଗନ୍ନାଥ ମନ୍ଦିର, ଜଗତଜନନୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଚର୍ଚ୍ଚ, ମସଜିଦ୍‌ରେ ପ୍ରାର୍ଥନା କରିଥିଲେ ତାରା। ନାମାଙ୍କନ ଶୋଭାଯାତ୍ରାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଡିସିସି ସଭାପତି ଶଶୀଭୂଷଣ ପାତ୍ର, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ନଗର କଂଗ୍ରେସ ସଭାପତି ନିହାର ରଞ୍ଜନ ବିଷୋୟୀ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe