ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ | ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି | ତେବେ ଚତୁର୍ଥ ଆସନ ପାଇଁ ହେବ ରୋଚକ ଲଢେଇ | ମିଳିଥିବା ସୂଚନା ମୁତାବକ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଦୁଇଟି ଆସନ ସହଜରେ ବିଜେପି ହାତେଇ ନେବ | ସେହିପରି ତୃତୀୟ ଆସନ ବିଜେଡି ସହଜରେ ହାତେଇବ | ତେବେ ଚତୁର୍ଥ ଆସନକୁ ନେଇ ରୋଚକ ଲଢେଇ ହେବ |
କାରଣ ଚତୁର୍ଥ ଆସନରେ ଦତ୍ତେଶ୍ବର ହୋତା ବନାମ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢେଇ ହେବ | ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ହୋଇଛନ୍ତି ଦତ୍ତେଶ୍ବର | ଅନ୍ୟପଟେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ | ଉଲ୍ଲେଖ ଥାଉ କି ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି।
ଆହୁରି ପଢନ୍ତୁ: Puri: ଦାଉ ସାଧିଲେଣି ମଶା: ଗମ୍ବୁସିଆ ମାଛ ମଶା ନିୟନ୍ତ୍ରଣ ଅଭିଯାନ ବିଫଳ
ସେହିପରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଥିଲେ। ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି।
Follow Us