ପଦ୍ମପୁର ଉପନିର୍ବାଚନ: ୧୭ରେ ପ୍ରାର୍ଥିପତ୍ର ଦାଖଲ କରିବେ ତିନି ଦଳର ପ୍ରାର୍ଥୀ!

Advertisment
ପଦ୍ମପୁର ଉପନିର୍ବାଚନ: ୧୭ରେ ପ୍ରାର୍ଥିପତ୍ର ଦାଖଲ କରିବେ ତିନି ଦଳର ପ୍ରାର୍ଥୀ!

ବରଗଡ଼: ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ପ୍ରାର୍ଥିପତ୍ର ଦାଖଲ ନ କରିବାରୁ ଏବେ ଅକଳରେ ପଡ଼ିଛନ୍ତି ତିନି ଦଳ। କେବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ବିଜେପିର ‘ଚାଷୀ କାର୍ଡ’ ଯୋଗୁ ତିନି ଦଳ ଭିତରେ ଛକାପଞ୍ଝା ଚାଲିଛି। ଶୁଣିବାକୁ ମିଳୁଛି ତିନି ଦଳର ପ୍ରାର୍ଥୀ ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ଭିନ୍ନ କଥା ଯେ ବିଜେଡି ପକ୍ଷରୁ ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରାଯିବା ନେଇ ଘୋଷଣା ହୋଇଛି।

publive-image
ସୂଚନାଯୋଗ୍ୟ, ୧୪ ତାରିଖରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ପ୍ରାର୍ଥିପତ୍ର ଦାଖଲ କରିବା ନେଇ ସ୍ଥିରୀକୃତ ହୋଇଥିଲା। ସକାଳ ସମୟରେ ଶ୍ରୀ ପୁରୋହିତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପଦ୍ମପୁର କପସିଲା ପଡ଼ିଆଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳନେତା ଜୟନାରୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ଓ ସଙ୍ଗୀତା ସିଂଦେଓ, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳର ବହୁ ତୁଙ୍ଗନେତା ଏଥିରେ ଯୋଗ ଦେଇଥିଲେ। ବିଜେପି ନେତୃବୃନ୍ଦ ବୀମା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ। ପରେ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ନାମାଙ୍କନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ପୁରୋହିତ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଦାବି ନେଇ ୧୪ଦିନ ଧରି ଆନ୍ଦୋଳନରେ ବସିଥିବା ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସଦସ୍ୟଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ଶ୍ରୀ ଟୁଡୁଙ୍କ ସମେତ ସମସ୍ତ ନେତା ଚାଷୀଙ୍କ ଦାବି ଯଥାର୍ଥ ବୋଲି ସ୍ବୀକାର କରିଥିଲେ। ଏହାପରେ ହଠାତ୍ ଏଭ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାଷୀମାନଙ୍କ ଦାବିକୁ ସମର୍ଥନ ଜଣାଇ ଶ୍ରୀ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe