ସଂସ୍କୃତି ବିଭାଗର ୪ ଏକାଡେମି ପଦବି ପାଇଁ ନାମ ସୁପାରିସ୍‌, ୮ ପଦବି ପାଇଁ ଆସିଥିଲା ୨୨୭ ଆବେଦନ

Advertisment

ଚୟନ କମିଟିର ଚୂଡ଼ାନ୍ତ ବୈଠକ

ଚୟନ କମିଟିର ଚୂଡ଼ାନ୍ତ ବୈଠକ

୬ ଓଏଏସ୍‌ ଅଫିସର୍‌ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟା

Image Courtesy of Sambad English

ଭୁବ‌େନଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଚାରିଟି ଏକାଡେମିର ବିଭିନ୍ନ ପଦବି ପାଇଁ ଗଠିତ ଚୟନ କମିଟି ଆଜି ସରକାରଙ୍କୁ ନାମ ସୁପାରିସ୍‌ କରିଛି। ମୋଟ୍‌ ୮ଟି ପଦବି ପାଇଁ ନାମ ସୁପାରିସ୍‌ କରାଯାଇଛି। ଏହି ସୁପାରିସ୍‌କୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ରାଜ୍ୟ ଅତିଥି ଭବନରେ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ସଦସ୍ୟ ଅବସରପ୍ରାପ୍ତ ପ୍ରଶାସକ ଆର୍‌. ଏନ୍. ସେନାପତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓ ସଦାଶିବ ପ୍ରଧାନଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ। ଗତ ୩୦ ତାରିଖରେ ମଧ୍ୟ କମିଟିର ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା। ଚାରିଟି ଏକାଡେମିର ମୋଟ ୮ଟି ପଦବି ପାଇଁ ୨୨୭ ଜଣ ଆବେଦନ କରିଥିଲେ। ଦୁଇଟି ଯାକ ବୈଠକରେ ଆବେଦନଗୁଡ଼ିକୁ ଯାଞ୍ଚ୍ କରାଗଲା ପରେ ଆଜି ନାମ ସୁପାରିସ୍‌ କରାଯାଇଛି।

୨୦୨୦ ଅକ୍ଟୋବର ମାସରେ ଏହିସବୁ ପଦବି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଆବେଦନ କରିବାର ‌େଶଷ ତାରିଖ ଥିଲା ନଭେମ୍ବର ୧୧। ଲଳିତ କଳା ଏକାଡେମିରେ ସଭାପତି ଓ ସଙ୍ଗୀତ ନାଟକ ଏକାଡେମିରେ ସଚିବ ପଦବି ଏବେ ଖାଲି ନ ଥିବାରୁ ଏହି ଦୁଇଟି ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇ ନ ଥିଲା। ଏହା ବାଦ୍ ଉର୍ଦ୍ଦୁ ଏକାଡେମିର ସଭାପତି ମୁଖ୍ୟମନ୍ତ୍ରୀ ଓ ଉପସଭାପତି ବିଭାଗୀୟ ମନ୍ତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏକାଡେମିର ଏହିସବୁ ପଦପଦବି ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ପୂର୍ବରୁ ସରକାର ସିଧାସଳଖ ଚୟନ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe