ପଞ୍ଚାୟତ ନିର୍ବାଚନ ଲାଗି ଆଜିଠୁ ପ୍ରାର୍ଥିପତ୍ର ଦାଖଲ

Advertisment
ପଞ୍ଚାୟତ ନିର୍ବାଚନ ଲାଗି ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ଆଜି ୧୭ ତାରିଖ ସୋମବାରରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖରେ ପ୍ରାର୍ଥିପତ୍ରଗୁଡ଼ିକ ଯାଞ୍ଚ୍‌ ହେବ। ଆଗ୍ରହୀ ପ୍ରାର୍ଥୀମାନେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ‌୨୫ ତାରିଖ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୱାର୍ଡ ‌ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥର ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe