ବରଗଡ଼ : ପଦ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ନକରିବା ଘଟଣାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ନାଟକ ବୋଲି ବିବେଚନା କରିଛନ୍ତି।
ଶ୍ରୀ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବୀମା ପ୍ରସଙ୍ଗ ନେଇ ଉଭୟ ବିଜେପି ଓ ବିଜେଡି ଦୋଷ ଲଦାଲଦି ପ୍ରକ୍ରିୟାରେ ମାତିଛନ୍ତି। ଏହା ସେମାନଙ୍କ ଆଭ୍ୟନ୍ତରୀଣ ବିବାବ। ତେବେ, ଏହି ରାଜନୈତିକ ଘଟଣାକ୍ରମରେ ଚାଷୀଙ୍କ କି ଦୋଷ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଅସଲ କଥା ପଦ୍ମପୁର ଅଂଚଳବାସୀ ଜାଣିଛନ୍ତି ଏବଂ ଏହାର ଜବାବ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Follow Us