ବାହାନଗା ରେଳ ଦୁର୍ଘଟଣା: ଏମ୍‌ସରେ ସଂରକ୍ଷିତ ଥିବା ମୃତକଙ୍କ ମଧ୍ୟରୁ ଆଜି କେହି ଚିହ୍ନଟ ହୋଇ ପାରିଲେ ନାହିଁ

ଆସୁନି ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଡିଏନ୍‌ଏ ରିପୋର୍ଟ: ମାସେ ହେଲା ଘର ଛାଡ଼ି ଭୁବନେଶ୍ବରରେ ପରିବାର

ଭୁବନେଶ୍ବର : ଏମ୍‌ସରେ ସଂରକ୍ଷିତ ବାହାନଗା ରେଳ ଦୁର୍ଘଟଣାର କୌଣସି ମୃତକଙ୍କ ଚିହ୍ନଟ ଆଜି ହୋଇପାରି ନାହିଁ। ଏଥିଯୋଗୁଁ ଖବର ଲେଖାଯିବା ପର୍ଯ୍ୟନ୍ତ କାହାର ମୃତଦେହ ହସ୍ତାନ୍ତର ହୋଇନାହିଁ। ଚିହ୍ନଟ ଅପେକ୍ଷାରେ ଥିବା ପରିଜନଙ୍କ ସଂଖ୍ୟା କାଲି ଭଳି ୮୧ ରହିଛି। ଅନ୍ୟଦିଗରେ ଏମ୍‌ସରେ ଭର୍ତ୍ତି ୨ ଜଣ ଆହତଙ୍କ ମଧ୍ୟରୁ ଆସାମର ଦୁଲାଲ ମଜୁମଦାରଙ୍କୁ ଭେଟିବା ପାଇଁ ତାଙ୍କ ବାପା ସୁବାସ ମଜୁମଦାର ପହଞ୍ଚିଛନ୍ତି। ସେ ତାଙ୍କ ବାପାଙ୍କୁ ଚିହ୍ନିଛନ୍ତି। ବାହାନଗା ରେଳ ଦୁର୍ଘଟଣା ପରେ ଦୁଲାଲଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଏଥିଯୋଗୁଁ ବାଲେଶ୍ବରରୁ ଏମ୍‌ସକୁ ତାଙ୍କୁ ରେଫର କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଖୁବ ଶୀଘ୍ର ତାଙ୍କୁ ଡିସଚାର୍ଜ କରି ଦିଆଯିବ ବୋଲି ଆଶା ରହିଛି। ଗୁରୁତର ଅବସ୍ଥା ଥିବା ଅନ୍ୟ ଜଣେ ଚିକିତ୍ସାଧୀନଙ୍କ ପରିଚୟ ମିଳିପାରି ନାହିଁ। ବିହାରର ଜଣେ ବ୍ୟକ୍ତି ତାଙ୍କୁ ନିଜ ଭାଇ ବୋଲି କହୁଥିଲେ ମଧ୍ୟ ସେ ଉପଯୁକ୍ତ ପ୍ରମାଣ ଦେଇ ପାରିନଥିବା ଏମ୍‌ସ ପକ୍ଷରୁ କୁହାଯାଇଛି।

ଏମ୍‌ସର ଆନାଟୋମି ବିଭାଗ ପରିସରରେ ଥିବା ବିଏମସି ହେଲ୍ପ ଲାଇନ୍‌ ସମ୍ମୁଖରେ ପୂର୍ବଭଳି ଆଉ ପରିଜନଙ୍କ ଭିଡ଼ ନଥିଲା। ଅପରାହ୍ନ ୨ଟା ସୁଦ୍ଧା ମାତ୍ର ୨ ଜଣ ବ୍ୟକ୍ତି ମୃତକଙ୍କୁ ଚିହ୍ନଟ ପାଇଁ ପହଞ୍ଚିଥିଲେ। ମରଶରୀର ହସ୍ତାନ୍ତର ପୂର୍ବରୁ ଡିଏନଏ ଟେଷ୍ଟ ପାଇଁ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଯେଉଁ କିଛି ବ୍ୟକ୍ତି ଉପସ୍ଥିତ ଅଛନ୍ତି ସେମାନଙ୍କ ମଧ୍ୟରୁ କିଛି ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି ତ ଅଧିକାଂଶ କିନ୍ତୁ ନିଜ ପରିଜନଙ୍କୁ ଖୋଜୁଛନ୍ତି। ସେମାନଙ୍କ ଅନୁସାରେ ବିଏମ୍‌ସି ପ୍ରୋଜେକ୍ଟରରେ ଯେଉଁ ମୃତକଙ୍କ ଫଟୋଚିତ୍ର ଦେଖାଯାଉଛି ଏହା ସେମାନଙ୍କ ପରିଜନଙ୍କ ସହିତ ମେଳ ଖାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe