ଦଳୀୟ କାର୍ଯ୍ୟକ୍ରମକୁ ଆସୁନାହାନ୍ତି ପ୍ରେମାନନ୍ଦ: ବିଜେଡିରେ ନାହାନ୍ତି କି?

ଦଳୀୟ କାର୍ଯ୍ୟକ୍ରମକୁ ଆସୁନାହାନ୍ତି ପ୍ରେମାନନ୍ଦ: ବିଜେଡିରେ ନାହାନ୍ତି କି?

କେନ୍ଦୁଝର: ‌ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବି‌ଜେଡି ଛାଡ଼ି ଦେଇଛନ୍ତି କି? ବହୁଦିନ ଧରି ଚାଲିଥିବା ଏହି ଚର୍ଚ୍ଚା ଏବେ ଜୋର ଧରିଲାଣି। ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିବା ବେଳେ ପ୍ରେମାନନ୍ଦ ଅନୁପସ୍ଥିତି ଏହି ଆଲୋଚନାକୁ ବଳ ଯୋଗାଉଛି। କେନ୍ଦୁଝର ସଦର ବ୍ଲକ୍‌ ସିଲିସୁଆଁରେ ରବିବାର ବିଜେଡି ପକ୍ଷରୁ ଏକ ବିଶାଳ ଜନ ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ମୁଖ୍ୟ ଆକର୍ଷଣ ଥିଲେ ଶ୍ରୀ ପାଣ୍ଡିଆନ। ଏପରି ସମାବେଶ ଆଳରେ ବିଜେଡି ତା’ର ଶକ୍ତି ପ୍ରଦର୍ଶନ କରିଥିଲା। ସମାବେଶରେ କେନ୍ଦୁଝର ଜିଲ୍ଲା ବିଜେଡିର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ବିଧାୟକ ଉପସ୍ଥିତ ଥିଲେ। ମାତ୍ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ସମାବେଶରେ ଦେଖିବାକୁ ମିଳି ନଥିଲା।

ଚର୍ଚ୍ଚା ଚାଲିଛି ଯେ ତିନିମାସ ତଳୁ ପ୍ରେମାନନ୍ଦ ଦଳର ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। କିନ୍ତୁ ଏନେଇ ବିଜେଡିରୁ କେହି ମୁହଁ ଖୋଲୁ ନାହାନ୍ତି। ଦଳର କାର୍ଯ୍ୟଧାରାକୁ ନେଇ ପ୍ରେମାନନ୍ଦ ଅସନ୍ତୁଷ୍ଟ ଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଉଭୟ ଜନସମ୍ପର୍କ ପଦଯାତ୍ରା ଏବଂ ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ବିଜେଡି ପକ୍ଷରୁ ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ତେଲକୋଇ ନିର୍ବାଚନମଣ୍ଡଳୀର ହରିଚନ୍ଦନପୁର ବ୍ଲକ୍‌ରେ ପଦଯାତ୍ରା ହୋଇଥିଲା। ଏଥିରେ ବି ବିଧାୟକ ଇଂ ପ୍ରେମାନନ୍ଦ ନାୟକ ସାମିଲ ହୋଇନଥିଲେ। ସେହିପରି ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନମଣ୍ଡଳୀର ସମସ୍ତ ନେତୃବୃନ୍ଦଙ୍କ ସମେତ ବାଂଶପାଳ ବ୍ଲକ୍‌ ଅଧ୍ୟକ୍ଷ ମାନସ ଦେହୁରୀ, ତେଲକୋଇ ବ୍ଲକ୍‌ ଅଧ୍ୟକ୍ଷ ବିକ୍ରମ ନାୟକ, ହରିଚନ୍ଦନପୁର ବ୍ଲକ୍‌ ଅଧ୍ୟକ୍ଷା ସୁନେଲି ନାଏକଙ୍କ ସମେତ ବିଜେଡିର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ବ୍ଲକ୍‌ ସଭାପତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବି ବିଧାୟକ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe