ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳି ଅଞ୍ଚଳରେ ପାଣି ପଶିଛି: ସର୍ବୋଚ୍ଚ ଯନ୍ତ୍ରୀ

Advertisment
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳି ଅଞ୍ଚଳରେ ପାଣି ପଶିଛି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବ‌େନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି। ଏହି କାରଣରୁ ଜଳଭଣ୍ଡାରରୁ ୨୬ଟି ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ମହାନଦୀରେ ଜଳସ୍ତର ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ଓ ତିଗିରିଆ ବ୍ଲକର ପ୍ରାୟ ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଉତ୍ତର ବାଙ୍କୀର ଘୋଡାବର ନିକଟ ହୁଳୁହୁଳା ପୋଲ ଉପରେ ୪ ଫୁଟ ଓ କଇଁଆ ନାଳ ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୪ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୨୬ଟି ଗେଟ୍‌ ଖୋଲା ହୋଇଛି। ମୁଣ୍ଡଳୀରେ ୭ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରଭାବିତ ହେଉଛି। ଆଉ ଦୁଇ ତିନି ଦିନ ଏମିତି ପାଣି ପାସ କରିବ। ତଳି ଅଞ୍ଚଳରେ ପାଣି କିଛି ପଶିଛି କିନ୍ତୁ ରାଜ୍ୟରେ ସେମିତି ବନ୍ୟା ସ୍ଥିତି ନାହିଁ । ଏସ ଆରସିଙ୍କ ସହ ଆମେ ଯୋଗାଯୋଗରେ ବି ଅଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି। ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ଼ ପ୍ରବଳ ବର୍ଷା ହୋଇଛି ତେଣୁ ଏହି ପାଣି ଆସିଛି। ରାଜ୍ୟର ଜଳ ପରିଚାଳନା ସମ୍ପୂର୍ଣ୍ଣ ଠିକ ଅଛି। ଅତ୍ୟଧିକ ବର୍ଷା କାରଣରୁ ଏହି ପାଣି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe