new indian express
ବିଜେପୁର : ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କରିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ତଥା ଅବହେଳା ମନୋଭାବ ଯୋଗୁଁ ବରଗଡ଼ ଜିଲ୍ଲାରେ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ଦୁଃଖଦ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ୍ ଯୋଖୀପାଲି ଗ୍ରାମରେ।
ଉକ୍ତ ଗ୍ରାମର ବେଣୁଧର ସା ଜଣେ ଦିନ ମଜୁରିଆ। ପରିବାର ସ୍ତ୍ରୀ ଓ ତିନି ସନ୍ତାନଙ୍କୁ ନେଇ ତାଙ୍କର ପରିବାର। ତେବେ ସବୁଠୁ ସାନ ପୁଅ ଦେବାନନ୍ଦ ସା’ର ଶରୀର ବଙ୍କେଇ ଯାଉଥିଲା ଏବଂ ହାଡଗୁଡ଼ିକ ଦୁର୍ବଳ ଥିବାରୁ ଚଳ ପ୍ରଚଳରେ ଅସୁବିଧା ହେଉଥିଲା। ତାହାର ଚିକିତ୍ସା ପାଇଁ ବେଣୁଧର ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ ମଧ୍ୟ ଟଙ୍କାଏ ବି ସରକାରୀ ସହାୟତା ପାଇ ନଥିଲେ।
ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ପରିତାପର ବିଷୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ବି କୌଣସି ଫଳ ମିଳି ନଥିଲା। ତେଣେ ଅର୍ଥାଭାବରୁ ଅଧିକ ଚିକିତ୍ସ ନ ପାଇ ଶେଷରେ ଆଖି ବୁଜିଛି ଦେବାନନ୍ଦ। ସହାୟତା ମିଳିଥିଲେ ହୁଏତ ଶିଶୁଟିର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଅଭିଯୋଗ କରିବା ସହ ସରକାରଙ୍କ ଆଭିମୁଖ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
Follow Us