ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ବଢ଼ୁଛି ଅସନ୍ତୋଷ

ପେନ୍‌ସନ୍‌ ଅଦାଲତ ପାଇଁ ଦରଖାସ୍ତ ଅବଧି ବଢ଼ିଲା

punjabtribune.com

ରଣପୁର : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚଳିତ ମାସ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହିତାଧିକାରୀ ବୃଦ୍ଧବୃଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ପ୍ରତିମାସର ୧୫ ତାରିଖରେ ଭତ୍ତା ବଣ୍ଟନର ନିୟମ ରହିଥିବା ବେଳେ ଆଜି ସୁଦ୍ଧା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି, ମଣିନାଗ ତଳସାହିର ଅଭିମନ୍ୟୁ ଦାସ। ଅଭିମନ୍ୟୁଙ୍କ ମା’ କନକ ଦେଈ ଭତ୍ତା ପାଇଁ ବାରମ୍ବାର ଏନ୍‌ଏସି ଅଫିସକୁ ଦୌଡ଼ିଥିଲେ ହେଁ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଅପରପକ୍ଷେ, ଏଭଳି ସମସ୍ୟା ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଘଟିଥିବା ବେଳେ ହାତକୁ ପଇସା ଦିଆନଯାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ଏନ୍‌ଏସି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ସେହିପରି ଅନୁରୂପ ଭାବେ ସମଗ୍ର ବ୍ଲକ୍‌ରେ ଏଭଳି ସମସ୍ୟା ଉତ୍ପନ୍ନ ହୋଇଥିବା ବେଳେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe