ମିଳିଲାନି ଉପଯୁକ୍ତ ଆର୍ଥିକ ସହାୟତା: ପ୍ରଶାସନର ୫ହଜାର ଟଙ୍କାକୁ ଫେରାଇଲେ ରୋଗୀ

Advertisment

ଲିଭର ଜନୀତ ରୋଗରେ ପୀଡ଼ିତ ଜଣେ ମହିଳା ରୋଗୀ ନିଜର ଉଚ୍ଚ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମାତ୍ର ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବାରୁ ତାହାକୁ ଫେରାଇ ଦେଇଥିବା ଜଣାପଡିଛି...

ଲିଭର ଜନୀତ ରୋଗରେ ପୀଡ଼ିତ ଜଣେ ମହିଳା ରୋଗୀ ନିଜର ଉଚ୍ଚ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମାତ୍ର ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବାରୁ ତାହାକୁ ଫେରାଇ ଦେଇଥିବା ଜଣାପଡିଛି...

Not getting proper financial assistance: Patient returns Rs 5,000 from administration

Not getting proper financial assistance: Patient returns Rs 5,000 from administration Photograph: (sambad.in)

ରାୟଗଡ଼ା: ଲିଭର ଜନୀତ ରୋଗରେ ପୀଡ଼ିତ ଜଣେ ମହିଳା ରୋଗୀ ନିଜର ଉଚ୍ଚ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମାତ୍ର ୫ହଜାର ଟଙ୍କା  ସହାୟତା ପ୍ରଦାନ କରାଯାଇଥିବାରୁ ତାହାକୁ ଫେରାଇ ଦେଇଥିବା ଜଣାପଡିଛି ।  ଏ ନେଇ ମିଳିଥିବା ସୂଚନା ପ୍ରକାରେ,ରାୟଗଡ଼ା ଜିଲ୍ଲା ସଦର ବ୍ଳକ କୁଲି ଗ୍ରାମ ପଂଚାୟତର ଉତ୍କାପାଡୁ ଗ୍ରାମର ମହିଳା ରଂଜିତା ହେପୃକା ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ଅନେକ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ସେବନ କରି ଆସୁଥିଲେ ।

ତେବେ ତାଙ୍କର ଲିଭର ଜନୀତ ସମସ୍ୟା ରହିଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡିବା ପରେ ଡାକ୍ତର ଉଚ୍ଚ ଚିକିତ୍ସା ନିମନ୍ତେ କଟକ,ଭୁବନେଶ୍ୱର,ବ୍ରହ୍ମପୁର କିମ୍ବା ବିଶାଖାପଟ୍ଟଣମରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ ।  

ରଂଜିତା ଏହି ରୋଗ ଯୋଗୁ ଅସୁସ୍ଥତା ଅନୁଭବ କରୁଥିବା ବେଳେ ଗରିବ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ନିଜ ପୁଅ ଓ ଦୁଇ ଝିଅକୁ ଧରି ଅତି କଷ୍ଟରେ ଜୀବନ ବିତାଉଛନ୍ତି। ଉଚ୍ଚ ଚିକିତ୍ସା ନିମନ୍ତେ ଅନେକ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ରଂଜିତା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ସୋମବାର ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣୀରେ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଏକ ବଡ଼ ମେଡିକାଲରେ ଚିକିତ୍ସା ସୁବିଧା ସେବା ଯୋଗାଇବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଏ ନେଇ ଆର୍ଥିକ ସହାୟତା ବାବଦକୁ  ୫ହଜାର ଟଙ୍କା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଠାରୁ ଉକ୍ତ ୫ହଜାର ଟଙ୍କା ସେ ନେବାକୁ ମନା କରି ଦେଇଥିବା ଜଣାପଡିଛି ।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe