ଭୁବନେଶ୍ବର : କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ସେବା ଲାଗି ୧୦୪ ହେଲପ୍ଲାଇନ୍ ନମ୍ବର ବ୍ୟବସ୍ଥା କରିଛନ୍ତି। ତେବେ ଘରେ ସଙ୍ଗରୋଧରେ ରହୁଥିବା କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ ରାଜ୍ୟ ସରକାର ଏବେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୧୦୪ ସହାୟତା ନମ୍ବରରୁ କଲ୍ ଆସିଲେ ଯଦି କୌଣସି ବ୍ୟକ୍ତି ଏହାକୁ ରିସିଭ୍ ନ କରନ୍ତି ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି।
DTNextସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶ ଫେରନ୍ତା ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ। ୧୦୪ ନମ୍ବର ସହିତ ସେମାନେ ପଞ୍ଜୀକରଣ କରିଥିବା ମୋବାଇଲ ନମ୍ବରକୁ ସବୁବେଳେ ଅନ୍ ରଖନ୍ତୁ। ପଞ୍ଜୀକୃତ ନମ୍ବର ସୁଇଚ ଅଫ୍ ରଖିବା କିମ୍ବା ଜାଣିଶୁଣି ଅପହଞ୍ଚ ଦୂରତାରେ ରଖିବାକୁ ଘରେ ସଙ୍ଗରୋଧ ଉଲ୍ଲଂଘନ କରାଯାଇଛି ବୋଲି ଧରି ନିଆଯିବ। ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଉଲ୍ଲେଖ ଯେ, ବିଦେଶ ଓ ବାହାର ଫେରନ୍ତାଙ୍କ ସହିତ ଶୀଘ୍ର ସଂପର୍କ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ୧୦୪ ହେଲପ୍ଲାଇନ ନମ୍ବର ଜାରି କରିଛନ୍ତି। ଏଥିରେ ଡାକ୍ତରୀ ସହାୟତାଠାରୁ ଆରମ୍ଭ କରି ଘରେ ସଙ୍ଗରୋଧରେ ଥିବା ଲୋକମାନଙ୍କୁ ମନିଟରିଂ କରାଯାଉଛି।
Follow Us