Advertisment

ବିଜେପୁର ଉପନିର୍ବାଚନ: ବଢ଼ିଚାଲିଛି ନୋଟା ସଂଖ୍ୟା

Advertisment

ବଢ଼ୁଛି ବିଜୟ ବ୍ୟବଧାନ

ବଢ଼ୁଛି ବିଜୟ ବ୍ୟବଧାନ

ପୌର ନିର୍ବାଚନରେ ‘ନୋଟା’ ବିକଳ୍ପ

New Indian Express

ବରଗଡ଼ : ୨୦୧୪ ସାଧାରଣ ନିର୍ବାଚନରୁ ୨୦୧୯ ଉପନିର୍ବାଚନ ଯାଏ ବିଜେପୁରରେ ‘ନୋଟା’ (ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ନୁହେଁ) ଭୋଟ୍‌ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି।

୨୦୧୪ରେ ୧୨୮୫ ବା ୦.୭୮ ପ୍ରତିଶତ ଲୋକ ନୋଟାକୁ ବାଛିଥିବା ବେଳେ ୨୦୧୯ ଉପନିର୍ବାଚନରେ ଏହା ୧୯୮୨ ବା ୧.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ ଉପନିର୍ବାଚନରେ ଏହା ୧୬୮୪ ଓ ୨୦୧୯ ସାଧାରଣ ନିର୍ବାଚନରେ ୧୬୭୫ ଥିଲା।

ବଢ଼ୁଛି ବିଜୟ ବ୍ୟବଧାନ

୨୦୧୪ରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସୁବଳ ସାହୁ ମାତ୍ର ୧ ପ୍ରତିଶତରୁ କମ୍‌ ବ୍ୟବଧାନରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ମାତ୍ର ୨୦୧୯ ଉପନିର୍ବାଚନରେ ରୀତା ସାହୁ ୫୩ ପ୍ରତିଶତ ଅଧିକ ଭୋଟ ପାଇ ବିଜେପିର ସନତ ଗଡ଼ତିଆଙ୍କୁ ପରାସ୍ତ କରିଛନ୍ତି। ତେଣୁ ଏହି ୫ ବର୍ଷ ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ରାଜନୀତିରେ ବ୍ୟାପକ ସ୍ତରର ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ହୋଇଯାଉଛି। ଅଧିକାଂଶ ତଳସ୍ତରର ନେତା ଇତିମଧ୍ୟରେ ନିଜର ଆନୁଗତ୍ୟ ପରିବର୍ତ୍ତନ କରିଥିବାରୁ ଏହି ନୂତନ ରାଜନୈତିକ ଚିତ୍ର ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe