ଭୁବନେଶ୍ବରରୁ ଆସୁଥିବା ଟଙ୍କା ଜବତ

ଭୁବନେଶ୍ବରରୁ ଆସୁଥିବା ଟଙ୍କା ଜବତ

photo by : Times of India

ବୌଦ୍ଧ : ରବିବାର ବୌଦ୍ଧ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଭୁବନେଶ୍ବରରୁ ବୌଦ୍ଧ ଆସୁଥିବା ଏକ ଗାଡ଼ିରୁ ନଗଦ ଲକ୍ଷେ ଟଙ୍କା ଜବତ କରାଯାଇଛି। ଏହି ଗାଡ଼ିରେ ସଂଜୀବ ଛେତ୍ରୀ ଓ ଗୋପୀନାଥନ ନାମକ ଦୁଇ ଜଣ ବ୍ୟକ୍ତି ଆସୁଥି‌ଲେ। ସେମାନେ ବ୍ୟାଗରେ ଏହି ଟଙ୍କା ଆଣୁଥିବା ବେଳେ ବୌଦ୍ଧ ଫ୍ଲାଇଙ୍ଗ ସ୍କ୍ବାଡ, ଷ୍ଟାଟିକ୍ ସର୍ଭିଲେନସ ଓ ଏମସିସି ଟିମ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ ୨ଶହଟି ୫୦୦ ଟଙ୍କିଆ ଥିବା ବ୍ୟାଗକୁ ଜବତ କରିଥିଲେ। ସେମାନେ ବୌଦ୍ଧ ଡିଷ୍ଟିଲାରିକୁ ଆସୁଥିବା କହିଥିବା ବେଳେ ଟଙ୍କା ବାବଦ ରସିଦପତ୍ର ମଗାଯିବାରୁ ତାହା ଦେଇ ପାରିନଥିଲେ। ରିଟର୍ଣ୍ଣିଂ ଅଫିସର ଏନସି ଜ୍ୟୋତି ରଂଜନ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜବତ ଟଙ୍କାକୁ ଜିଲ୍ଲା ଟ୍ରେଜେରିକୁ ପଠାଇଦିଆଯାଇଛି ବୋଲି ସର୍ଭିଲେନସ୍ ଟିମ ଲିଡ ଫ୍ରାନସିସ୍ ବାର୍ଲା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe