୭ରେ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟରେ ହାଜର ହେବେ ସୋମାଲିକା: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ କରିଥିଲେ ଅଭିଯୋଗ

୭ରେ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟରେ ହାଜର ହେବେ ସୋମାଲିକା: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ କରିଥିଲେ ଅଭିଯୋଗ

କଟକ: ବିଧାୟକ ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୭ ତାରିଖ ଦିନ ସାଢ଼େ ୩ଟାରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି। ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଙ୍ଗରେ ନେଇ ଆସିବା ପାଇଁ ମଧ୍ୟ କୁହାଯାଇଛି। ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି। ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ ନିକଟରେ ବିବାହ ପାଇଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଓ ଅନ୍ୟ ଜଣେ ଯୁବତୀ ଦରଖାସ୍ତ ଦାଖଲ କରିଥିବା ବେଳେ ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ସୋମାଲିକା ଦାଶ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କର ଦରଖାସ୍ତ କରିଥିବା ସୂଚନା ମିଳିବା ପରେ ସୋମାଲିକା ଅକ୍ଟୋବର ୭ରେ ମ୍ୟାରେଜ ଅଫିସରଙ୍କ ନିକଟରେ ଲଖିତ ଆପତ୍ତି ଦାଖଲ କରିଥିଲେ। ବିଜୟ ଶଙ୍କରଙ୍କ ଦରଖାସ୍ତ ଖାରଜ ପାଇଁ ସେ ନିବେଦନ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସୋମାଲିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ବିଜୟ ଶଙ୍କରଙ୍କ ବିବାହ ଦରଖାସ୍ତ ଗ୍ରହଣଯୋଗ୍ୟ ନୁହେଁ ଏହାକୁ ଅଗ୍ରାହ୍ୟ କରାଯାଉ ବୋଲି ସୋମାଲିକାଙ୍କ ପକ୍ଷରୁ ଦର୍ଶାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୭ରେ ସୋମାଲିକା କଚେରି ଛକ ନିକଟ ଜିଲ୍ଲା ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ବ୍ୟକ୍ତିଗତ ଭାବେ ଯାଇ ଆପତ୍ତି ଦାଖଲ କରିଥିଲେ। ବିବାହ ଆବେଦନ ସହିତ ବିଜୟ ଶଙ୍କର ଦେଇଥିବା ଡକ୍ୟୁମେଣ୍ଟ, ଠିକଣା, ବୟସ ଭୁଲ ବୋଲି ସୋମାଲିକା ଅଭିଯୋଗ କରିଥିଲେ। ୮ ମାସ ତଳେ ତାଙ୍କ ସହିତ ବିଜୟ ଶଙ୍କର ବିବାହ ପାଇଁ ଦରଖାସ୍ତ କରିଥିଲେ। ଏହାପରେ ତାଙ୍କ ବିରୋଧରେ ସଂଗିନ ଦଫାରେ ଜଗତସିଂହପୁର ଥାନାରେ ମାମଲା ହୋଇଥିଲା। ଏହି ମାମଲା ଏ ପର୍ଯ୍ୟନ୍ତ ସରି ନାହିଁ। ଏଭଳି ସ୍ଥିତିରେ ପୁଣି ବିଜୟ ଶଙ୍କରଙ୍କୁ କେଉଁ ପରିସ୍ଥିତିରେ ବିବାହ ପାଇଁ ପୁଣି ଆବେଦନ କରିବାକୁ ଅନୁମତି ଦିଆଯାଇଛି ବୋଲି ସୋମାଲିକା ସେତେବେଳେ ପ୍ରଶ୍ନ କରିଥିଲେ। ଏଥି ସହିତ ବିଜୟ ଶଙ୍କରଙ୍କ ବିରୋଧରେ ଜଗତସିଂହପୁର ଥାନାରେ ସୋମାଲିକା ସାନି ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe