The New Indian Express
କଟକ : ଜନ୍ମ ତାରିଖ ନୁହେଁ, ଚାକିରିରେ ପ୍ରବେଶ କରିବା/ଯୋଗଦେବା ତାରିଖକୁ ଆଧର କରି ବରିଷ୍ଠତା ଧାର୍ଯ୍ୟ କରାଯିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜନ୍ମ ତାରିଖ ଆଧାରରେ ଅନୁଦାନପ୍ରାପ୍ତ ବେସକାରୀ କଲେଜରେ ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟ ନିଯୁକ୍ତି କ୍ଷେତ୍ରରେ ଅଧ୍ୟାପକଙ୍କ ବରିଷ୍ଠତା ଧାର୍ଯ୍ୟ ପ୍ରସଂଗକୁ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୨୦୨୦, ଅଗଷ୍ଟ ୩୧ରେ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କମଳାକାନ୍ତ ଦାସଙ୍କ ମାମଲା ସହିତ ଅନ୍ୟ ୯ଟି ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଏଥିସହିତ ଅଧ୍ୟକ୍ଷ ଚୟନ କ୍ଷେତ୍ରରେ (ଆଡ୍-ହକ୍) ଅସ୍ଥାୟୀ ବ୍ୟବସ୍ଥା ଅନୁସରଣ କରିବାରୁ ବିରତ ରହିବା ଉଚିତ। ସରକାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେବା ପାଇଁ ବିଚାର କରିବା ଉଚିତ୍। ଅସ୍ଥାୟୀ ନିଯୁକ୍ତି ଦ୍ବାରା ନିଯୁକ୍ତିଦାତାର ନିଜ କର୍ମଚାରୀଙ୍କ ସହିତ ବିବାଦ ସୃଷ୍ଟି ହେବା ସହିତ କର୍ମଚାରୀଙ୍କ ପରସ୍ପର ବିବାଦ ବଢ଼ିବ। ଏହା ଦ୍ବାରା ଅନୁଷ୍ଠାନର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପଡ଼ିଥାଏ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
Follow Us