ନକଲି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ନାଁ‌ରେ କୋଟି କୋଟି ଲୁଟ୍‌: ଖାଦ୍ୟ ଯୋଗାଣ, ଖାଦ୍ୟ ନିଗମ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଆର୍‌ଡବ୍ଲୁଏସ୍‌ଏସ୍‌ ଟେଣ୍ଡର ଫିକ୍ସିଂ ମାମଲା: ଆଜି ୩ଜଣ ଲୋକାୟୁକ୍ତରେ ହାଜର ହେବେ

Telegraph India

ଭୁବନେଶ୍ବର : ରାଜ୍ୟରେ ୨ଲକ୍ଷ ନକଲି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ନାଁରେ ପ୍ରାୟ ୨ଶହ କୋଟି ଲୁଟ୍‌ ଘଟଣାରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚିବ ଓ ରାଜ୍ୟ ଖାଦ୍ୟ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ। ଆସନ୍ତା ୬ସପ୍ତାହ ଭିତରେ ଏନେଇ ଉତ୍ତର ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ପହିଲାରେ ମାମଲାର ପରବର୍ତୀ ଶୁଣାଣି କରାଯିବ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ) ଜରିଆରେ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ/ଗହମ ଓ ୨ଲିଟର କିରାସିନି ଦିଆଯାଉଛି। ରାଜ୍ୟର ୯୩ ଲକ୍ଷ ପରିବାର ଏହା ଦ୍ବାରା ଉପକୃତ ହେଉଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନରେ ୨ଲକ୍ଷ ପରିବାରଙ୍କୁ ମିଶାଇ ଦେଶରେ ୯୫ ଲକ୍ଷ ପରିବାର ଏହି ଯୋଜନାରେ ସାମିଲ ଅଛନ୍ତି।

ଗତବର୍ଷ କୋଭିଡ୍‌ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଚାଉଳ/କିରାସିନି ସହିତ ଗୋଟିଏ କେଜି ଡାଲି ୩ମାସ ଦେବା ପାଇଁ ଘୋଷଣା ହୋଇଥିଲା। ରାଜ୍ୟ ସରକାର ମଧ୍ୟ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ଏ ବାବଦରେ ୯୫୫କୋଟି ଟଙ୍କା ଆବଣ୍ଟିତ କରିଥିଲେ। ତେବେ ସୂଚନାଧିକାର ଆଇନ ବଳରେ ମିଳିଥିବା ତଥ୍ୟ‌ରେ, ଅନେକ ଜିଲ୍ଲାରେ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ଫେରି ଆସିଥିଲା। ସମୁଦାୟ ୨୦କୋଟି ୫୬ଲକ୍ଷ ୩୮ହଜାର ଟଙ୍କା ଫେରି ଆସିଥିଲା। ୨ଲକ୍ଷ ୫ହଜାର ୬୩୮ଜଣ ହିତାଧିକାରୀଙ୍କ ଠିକଣା ମିଳି ନଥିଲା। ତେଣୁ ଏମାନଙ୍କ ନାଁରେ ହୋଇଥିବା କାର୍ଡରେ ବର୍ଷବର୍ଷ ଧରି ଖାଦ୍ୟଶସ୍ୟ ହରିଲୁଟ୍‌ ହେଉଥିବା ସୂଚନାଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ‌ଲୋକାୟୁକ୍ତଙ୍କ ନିକଟ‌ରେ ଅଭିଯୋଗ କରିଥିଲେ। ଅଭିଯୋଗର ଶୁଣାଣି କରି ଲୋକାୟୁକ୍ତ ଏହି ଦୁଇ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe