ଭୁବନେଶ୍ବର ଫେରନ୍ତା ଯୁବକଙ୍କୁ ନୋଟିସ୍‌, ସଂପର୍କରେ ଆସିଥିବା ୩ ପରିବାରଙ୍କୁ ଗୃହାବଦ୍ଧରେ ରହିବାକୁ ନିର୍ଦେଶ

Advertisment
ସାଇଫନ୍‌କୁ ଭୋଜି କରିବାକୁ ଯାଇ ଯୁବକ ନିଖୋଜ

drc.org.au

ଧଣ୍ତାମୁଣ୍ତା : ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଖପ୍ରାଖୋଲ ବ୍ଲକ୍‌ ଧଣ୍ତାମୁଣ୍ତା ଗାଁକୁ ଫେରିଥିବା ଜଣେ ଯୁବକଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେହିପରି ତାଙ୍କ ସଂପର୍କରେ ଆସିଥିବା ୩ଟି ପରିବାରକୁ ମଧ୍ୟ ଗୃହାବଦ୍ଧରେ ରହିବାକୁ ନିର୍ଦେଶ ଦିଆଯାଇଛି।

ପ୍ରକାଶ ଯେ, ଗତ ଗୁରୁବାର ଉକ୍ତ ଯୁବକ ଜଣକ ଭୁବନେଶ୍ବରରୁ ଚାରିଚକିଆ ଗାଡ଼ିରେ ଆସିଥିଲେ। ସଂପୃକ୍ତ ଯୁବକ ଏବଂ ତାଙ୍କ ସାଥୀ ଗାଁରେ ତାଙ୍କର ନିଜସ୍ବ ଘର ଏବଂ ଅନ୍ୟ ଦୁଇ ସଂପର୍କୀୟଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ପରେ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ତହସିଲଦାର ଗାଁରେ ପହଞ୍ଚି ସଂପୃକ୍ତ ଯୁବକଙ୍କ ସଂପର୍କରେ ଆସିଥିବା ତିନି ପରିବାର ଲୋକଙ୍କୁ ୧୪ ଦିନ ପାଇଁ ଗୃହାବଦ୍ଧରେ ରହିବାକୁ ନିର୍ଦେଶ ଦେଇଛନ୍ତି।

ଏ ବିଷୟରେ ତହସିଲଦାର ନିରଂଜନ ନାଏକଙ୍କୁ ପଚରାଯିବାରୁ ସେ କହିଛନ୍ତି, ସଂପୃକ୍ତ ଯୁବକ ଖବର ପାଇ ଭୁବନେଶ୍ବର ଚାଲିଯାଇଛନ୍ତି। ତେଣୁ ଫୋନ୍‌ ମାଧ୍ୟମରେ ତାଙ୍କୁ ଭୁବନେଶ୍ବରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ସହିତ ନମୁନା ପଜିଟିଭ ନା ନେଗେଟିଭ ତୁରନ୍ତ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ନେଗେଟିଭ ଥିଲେ ଗୃହାବଦ୍ଧରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ। ଏହା ସହିତ ଧଣ୍ତାମୁଣ୍ତାରେ ଥିବା ଅଶୋକ ପଧାନଙ୍କ ଚପଲ ଦୋକାନ ଖୋଲାଥିବାରୁ ତାଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe