୩୯୧ ଇଞ୍ଜିନିୟର ପଦ ପୂରଣ ପାଇଁ ବିଜ୍ଞପ୍ତି

Advertisment
ଓପିଏସ୍‌ସିରେ ସାନ୍ତାଳୀ ଭାଷା ପ୍ରଚଳନର ପ୍ରସ୍ତାବ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ନେଇ ଅସନ୍ତୋଷ

edexlive.com

କଟକ : ପ୍ରଥମ କରି ଓଡ଼ିଶା ଲୋକସେବ‌ା ଆୟୋଗ (ଓପିଏସ୍‌ସି) ଏକାଥରରେ ୩୯୧ ସହକାରୀ ଯନ୍ତ୍ରୀ (ଆସିଷ୍ଟାଣ୍ଟ୍‌ ଇଂଜିନିଅର) ପଦବି ପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍‌ରେ ଦରଖାସ୍ତ ଆହ୍ବାନ କରାଯାଇଛି।

ଆସନ୍ତା ୨୯ ତାରିଖରୁ ଏପ୍ରିଲ ୨୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ବିଜ୍ଞାପନରେ ୩୬୨ଟି ସହକାରୀ ଯନ୍ତ୍ରୀ (ସିଭିଲ) ପାଇଁ ଦରଖାସ୍ତ‌ ଆହ୍ବାନ କରାଯାଇଛି। ସେଥିରୁ ୧୨୦ଟି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଜଳସଂପଦ, ପୂର୍ତ୍ତ ବିଭାଗ ନଗର ଉନ୍ନୟନ ବିଭାଗ‌ର ଆବଶ୍ୟକତା ମୁତାବକ ଏହି ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ସେହିଭଳି ମେକାନିକାଲରେ ୨୯ଟି ପଦବି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଜଳସଂପଦ ବିଭାଗରେ ଏହି ପଦବି ପୂରଣ କରାଯିବ। ୨୯ଟି ପଦବିରୁ ୯ଟି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସିଭିଲ ଇଂଜିନିୟର ପାଇଁ ମୋଟ ୩୬୨ଟି ପଦବିରୁ ୧୯୨ ଅସଂରକ୍ଷିତ, ଏସଇବିସି ପାଇଁ ୩୯, ଅନୁସୂଚିତ ଜାତି ପାଇଁ ୧୧୨, ଅନୁସୂଚିତ ଜନଜାତି ପାଇଁ ୧୯ଟି ପଦବି ପାଇଁ ସଂରକ୍ଷିତ ରଖାଯାଇଛି। ସେହିଭଳି ମେକାନିକାଲର ୨୯ଟି ପଦବିରୁ ୧୫ଟି ଅଂସରକ୍ଷିତ ଥିବା ବେଳେ ୩ଟି ଏସଇବିସି, ୩ଟି ଅନୁସୂଚିତ ଜାତି ଓ ୮ଟି ଅନୁସୂଚିତ ଜନଜାତି ପାଇଁ ଏହାକୁ ସଂରକ୍ଷିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe