୨୭୪ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ବିଜ୍ଞପ୍ତି

୧୦୬ ହାଇସ୍କୁଲରେ ‌ଖୋଲିବ ଏକାଦଶ

Republic World

କଟକ/ ଭୁବନେଶ୍ବର : ଓଡିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ବିଭିନ୍ନ ମେଡିକାଲ କଲେଜର ୨୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ସାନି ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିର ସଂଶୋଧନ କରାଯିବା ସହିତ ଖାଲି ପଡ଼ିଥିବା ପଦ ପୂରଣ ସଂକ୍ରାନ୍ତରେ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ବିଭିନ୍ନ ମେଡ଼ିକାଲ କଲେଜର ୨୨ଟି ବିଭାଗରେ ଖାଲି ପଡ଼ିଥିବା ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପାଥୋଲୋଜି ବିଭାଗରେ ସର୍ବାଧିକ ୩୫ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ସେହିପରି କମ୍ୟୁନିଟି ମେଡିସିନ୍‌ ପାଇଁ ୨୭, ସର୍ଜରି ପାଇଁ ୨୫, ନିଶ୍ଚେତକ ବିଭାଗ ପାଇଁ ୨୧, ଜେନେରାଲ ମେଡିସିନ୍‌ରେ ୨୦ ଟି ପଦବି ଖାଲି ପଡ଼ିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe