ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞାପନ: ଅଗଷ୍ଟ ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କରିପାରିବେ ଆବେଦନ

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞାପନ: ଅଗଷ୍ଟ ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କରିପାରିବେ ଆବେଦନ

ଭୁବନେଶ୍ବର: ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଯୁକ୍ତ ତିନି ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍‌ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ କରିବେ। ପୋର୍ଟାଲରେ ଦିଆଯାଇଥିବା ନିୟମକୁ ପ୍ରଥମେ ପଢ଼ି, ତଥ୍ୟ ପୂରଣ କରିବେ।

publive-image

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ଅଗଷ୍ଟ ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ସେପ୍ଟେମ୍ବର ୨ ରୁ ୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ। ସେପ୍ଟେମ୍ବର ୧୧ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା, ସେପ୍ଟେମ୍ବର ୧୨ ରୁ ୧୪ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ହେବ। ସେହିପରି ୧୬ ତାରିଖରେ ଖାଲିଥିବା ସିଟର ତାଲିକା ପ୍ରକାଶ ପାଇବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe