ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଆରଟିଆଇ ତଥ୍ୟ: ରାଜ୍ୟସଭା ସାଂସଦଙ୍କ ଦରମା, ଭତ୍ତା ଖର୍ଚ୍ଚ ୨୦୦ କୋଟି

ଭୁବନେଶ୍ବର: ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ରହିଛି। ୨୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି।

ସେପ୍ଟେମ୍ବର ୩ ତାରିଖରେ ନିର୍ବାଚନ ରହିଛି। ସମୁଦାୟ ୯ଟି ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ହେଉଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଆସନଟି ବିଜେପି ଖାତାକୁ ଯିବ। ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପିରୁ କିଏ ପ୍ରାର୍ଥୀ ହେବେ? ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ମମତା ମହାନ୍ତ ନିକଟରେ ରାଜ୍ୟସଭା ପଦ ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ସେ ବିଜେପିରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe