କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆକୁ ହତ୍ୟା

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

timesof india

କଟକ : ଆଜି ବିଳମ୍ବିତ ରାତିରେ କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ ହାଡିଆକୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସତୀଚଉରା ନିକଟ ଇପସାର ଗଡା ନିକଟରେ ହାଡିଆକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି। ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିବା ପରେ ବିଡାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ମିଳିଥିବ‌ା ସୂଚନା ଅନୁସାରେ ପୂର୍ବ ଶତ୍ରୁତାରୁ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡରେ ୩ ଜଣ ସାମିଲ ଥିବା ଚର୍ଚ୍ଚା ହେଉଛି । କଟକର ବିଭିନ୍ନ ଥାନାରେ ହାଡିଆ ନାମରେ ବହୁ ଅପରାଧିକ ମାମଲା ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe