ଏନଓୟୁ ଜାତୀୟ ସେବା ଯୋଜନା ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ପ୍ରଶଂସିତ

ଏନଓୟୁ ଜାତୀୟ ସେବା ଯୋଜନା ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ପ୍ରଶଂସିତ

ବାରିପଦା : କୋଭିଡ଼-୧୯ ମହାମାରୀ ସମୟରେ ନିସ୍ୱାର୍ଥପର ସେବା ଓ ସହଯୋଗ ପାଇଁ ଭାରତ ସରକାରଙ୍କ ମିଶନ ନିର୍ଦ୍ଦେଶକ, ଅଟଳ ମିଶନ ଅତିରିକ୍ତ ସଚିବ ନୀତି ଆୟୋଗଙ୍କ ଦ୍ୱାରା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଓ ଜାତୀୟ ସେବା ଯୋଜନା ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତିରଞ୍ଜନ ଦାସ ଉଚ୍ଛ୍ୱସିତ ଭାବେ ପ୍ରଶଂସିତ ହେବା ସହ ସମ୍ମାନ ସୂଚକ ପ୍ରମାଣପତ୍ର ପ୍ରାପ୍ତ ହୋଇଛନ୍ତି ।

ବିଭିନ୍ନ ମହଲରୁ ବିଶେଷ କରି ଓତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଉପସଚିବ ତଥା ଓଡ଼ିଶା ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ସୁରେଖା ସୁନ୍ଦରୀ ସ୍ୱାଇଁ, ଓଡ଼ିଶା ରାଜ୍ୟ ଆଞ୍ଚଳିକ ଜାତୀୟ ସେବା ଯୋଜନା ନିର୍ଦ୍ଦେଶକ ରମା ଓବତ୍ ସାଇଦା ନାୟକ, ଜାତୀୟ ସେବା ଯୋଜନା ଯୁବ ଅଧିକାରୀ ପିୟୂଷ ପ୍ରାଜ୍ଞାତ୍ତର, ଓଡ଼ିଶା ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଉଷା ଶତପଥୀ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଶୁଭେନ୍ଦୁ ଦାସ ପ୍ରମୁଖଙ୍କ ସମେତି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଦାସଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe