ନଭେମ୍ବର ୨୯ରେ ଘୁ.ଉଦୟଗିରି ଅଧ୍ୟକ୍ଷା ଉପନିର୍ବାଚନ

Advertisment
୩୪୮ ପ୍ରାର୍ଥୀଙ୍କ ନାଁରେ ମାମଲା, ନିର୍ବାଚନ ଲଢ଼ୁଛନ୍ତି ୪୧୨ କୋଟିପତି

India Today

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ପଦବି ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ନ‌ଭେମ୍ବର ୨୯ ତାରିଖରେ ଭୋଟ ହେବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଜଣାପଡ଼ିଛି। ଗତ ଜୁଲାଇ ୧୭ରେ ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ପଦବିଟି ଖାଲି ପଡ଼ିଥିଲା। ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୯ ଠାରୁ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ୧୪ରେ ପ୍ରାର୍ଥୀ ତାଲିକା ପ୍ରକାଶ, ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୨୯ରେ ମତଦାନ ଓ ନଭେମ୍ବର ୩୦ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ତହସିଲଦାର ରଞ୍ଜନ କୁମାର ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe